କଳାହାଣ୍ଡି : ଦୀର୍ଘ ଦିନ ଧରି ଜନସାଧାରଣ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ପାଖରେ ଘରେ ଘରେ ଜଳ ଯୋଗାଣ ପାଇଁ ଦାବୀ କରିଆସୁଥିଲେ। ତେବେ ଏହାକୁ ଗୁରୁତ୍ୱ ଦେଇ ବିଭାଗ ତଥା ବିଧାୟକଙ୍କ ପ୍ରଚେଷ୍ଟାରେ ଦେପୁର ଏବଂ ବଡ଼କୁଟୁରୁ ଗ୍ରାମପଂଚାୟତ ରେ ଚାରି କୋଟିରୁ ଉର୍ଦ୍ଧ୍ବ ଅର୍ଥ ବ୍ୟୟ ଅଟକଳରେ 2 ଟି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରି ପାଖାପାଖି ଦଶ ହଜାର ଲୋକଙ୍କୁ ପାଣି ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି। ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ବିଭାଗୀୟ ସହକାରୀ ଯନ୍ତ୍ରୀ ଶୁଭ୍ରଜିତ ସେନ , କନିଷ୍ଠ ଯନ୍ତ୍ରୀ ଦୁଃଖବନ୍ଧୁ ରାଉଳଙ୍କ ତତ୍ୱବଧାନରେ ଧର୍ମଗଡ଼ ବିଧାୟକ ମହୌଷଧି ବାଗ କଲମପୁର ଗସ୍ତରେ ଆସି ପ୍ରଥମେ ଦେପୁର ଠାରେ ନିର୍ମାଣ ହୋଇଥିବା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ।
ଏହି ପ୍ରକଳ୍ପ ଦ୍ବାରା ଦେପୁର, ଇଚ୍ଛାପୁର, ବାବୁକେନ୍ଦୁଗୁଡା, ଏବଂ କଦଲିଚୁଆଁ ଗ୍ରାମର ଜନସାଧାରଣ ପାଣି ପାଇ ପାରିବେ ।ଦେପୁର ସରପଞ୍ଚ ଭୁକୁଳୁ ବାଗ, ସଭ୍ୟ ଯଦୁମଣି ଲହଜଲ,ପଂଚାୟତ ସଭାପତି ଅଭିନ୍ନ ସାହୁ , ବ୍ଲକ ସଭାପତି ନବୀନ ପଣ୍ଡା, ବିଧାୟକ ପ୍ରତିନିଧି ସଦାନନ୍ଦ ଚନ୍ଦନ ଉପସ୍ଥିତ ରହି ସହଯୋଗ କରିଥିଲେ।ଏହାପରେ ବଡ଼କୁଟୁରୁ ଗସ୍ତ କରି ହାତୀନଦୀ କୂଳରେ ପମ୍ପ ହାଉସ କୁ ଉଦଘାଟନ କରିବା ସହ ପାଣିଟାଙ୍କି କୁ ଲୋକାର୍ପିତ କଲେ ବିଧାୟକ।ସରପଞ୍ଚ ସମୀର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ବିଡ଼ିଓ ପ୍ରସନ୍ନ କୁମାର ପଟେଲଙ୍କ ଉପସ୍ଥିତରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ।ଏଥିରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ସାହୁ, ପୂର୍ବତନ ବିଧାୟକ ପ୍ରତିନିଧି ପ୍ରଦୀପ ବେହେରା, ପୂର୍ବତନ ଅଧ୍ୟକ୍ଷ ମହେନ୍ଦ୍ରନାଥ ସାହୁ, ପୂର୍ବତନ ସରପଞ୍ଚ ଗଣେଶ ପଣ୍ଡା ଙ୍କ ସମେତ ସମିତି ସଭ୍ୟ ଏବଂ ସରପଞ୍ଚ ମାନେ ଉପସ୍ଥିତ ରହି ନିଜର ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଜନସାଧାରଣଙ୍କୁ ପାଣିର ସମସ୍ୟା ଯେପରି ନ ହୁଏ ଏଥିପ୍ରତି କଡା ନଜର ରଖିବା ପାଇଁ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ବିଧାୟକ କହିଥିଲେ।
Comments are closed.