Odisha news

ଅନୁଗୁଳ : କାଳ ସାଜିଲା କାଳବୈଶାଖୀ , ଉଜୁଡା ଫସଲ ଦେଖି ଚାଷୀକୁଳ ଚିନ୍ତାରେ

0

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଅଚଂଳ ଏକ କୃଷି ବହୁଳ ଅଚଂଳ ଭାବରେ ପରିଚିତ । ଏଠିକାର ଚାଷୀ ମାନେ ପନିପରିବା, କଦଳୀ, ଆଖୁ, ଧାନ ଚାେ ଉପରେ ନିର୍ଭର କରୁଥିବା ବେଳେ ଚଳିତ ବର୍ଷ ଚାଷୀ ମାନଙ୍କ ଦୁଃଖ କହିଲେ ନ ସରେ । ଚଳିତ ବର୍ଷ କରୋନା ପାଇଁ ବାହାର ଜିଲ୍ଲା କିମ୍ବା ବଜାରକୁ ଫସଲ ବିକ୍ରି କରିବା ପାଇଁ ଯାଇପାରିଲେ ନାହିଁ । ଫଳରେ ପରିବା ଚାଷୀ ଦର ଅଦର ଭାବରେ ବିକ୍ରି କରି ଅନେକ କ୍ଷତି ମଧ୍ୟ ସହିଲେ । କିଏ ବ୍ୟାଙ୍କରୁ ଋଣ ଆଣି ଚାଷ କରୁଥିବା ବେଳେ କିଛି ଲୋକ ଗ୍ରାମରେ ଗଢ଼ା ଯାଇଥିବା ବିଭିନ୍ନ ସଂଘରୁ ସୁଧକୁ ଟଙ୍କା ଆଣି ଚାଷ କରିଥିଲେ କିନ୍ତୁ କାଳ ବୈଶାଖୀ ର କରାଳ ଆଗରେ ମୁଣ୍ଡ ପୋତି ଠିଆ ହୋଇପାରିଲା ନାହିଁ ଚାଷୀ । ଲଗାଣ ବର୍ଷା ସାଙ୍ଗକୁ ପବନ ହେବାରୁ ବାରଗୋ÷ଣିଆ ଗ୍ରାମ ପଚାଂୟତ ର ବଡହିଂସର ଗ୍ରାମର ମହର୍ଗା ମୁଦୁଳିଙ୍କ ୧୫ ଗୁଣ୍ଠ ଆଖୁ, ୧୨ ଗୁଣ୍ଠ କଦଳୀ, ସୁଧୀର ସାହୁଙ୍କ ୨୦ ଗୁଣ୍ଠ ଆଖୁ, ୧ ଏକର କଦଳୀ ବଗିଚା, ବିଶ୍ୱନାଥ ମୁଦୁଲିଙ୍କ ୧୦ ଗୁଣ୍ଠ ଆଖୁ, ୯ ଗୁଣ୍ଠ କଦଳୀ ବଗିଚା ଓ ନରେଶ ବେହେରାଙ୍କ ୩୦ ଗୁଣ୍ଠ କଦଳୀ ଗଛ ଭାଙ୍ଗି ଶୋଇ ପଡିଛି । ତେବେ ସରକାର କରୋନା ମୁକାବିଲା ପାଇଁ ଅନେକ ଯୋଜନା କରୁଥିବା ବେଳେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ଯଦି କୋ÷ଣସି ସରକାରୀ ସାହାଯ୍ୟ କରନ୍ତେ ତେବେ ଚାଷୀ ମାନଙ୍କ ଦୁଃଖ କିଛି ମାତ୍ରାରେ ଦୂର ହୁଅନ୍ତା ବୋଲି ବୁଦ୍ଦିଜୀବୀ ମାନେ କହିଛନ୍ତି ।

Leave A Reply