ବନ୍ତଳା: ଅନୁଗୁଳ ଜିଲ୍ଲା ଅନୁଗୁଳ ବ୍ଲକ ଦୀର୍ଘ ୪ ଦିନ କାଳ ବୈଶାଖୀ ପ୍ରଭାବରେ ଲଗାଣ ବର୍ଷା ସାଙ୍ଗକୁ ପବନ ହେବା ଫଳରେ କେଉଁଠି ଘରର ଛପର ଉଡି ଯାଇଥିବା ବେଳେ ଚାଷୀ ଅମଳ କରି ପାରିନଥିବା ରବି ଫସଲ ଗଜା ହୋଇ ଯାଇଥିବା ବେଳେ ପନିପରିବା ଚାେ କଥା ନ କହିଳେ ଭଳ । କରୋନା ମହାମାରୀ ପାଇଁ ଜାରି କରାଯାଇଥିବା ଲକ୍ ଡାଉନ୍ ପ୍ରଭାବରେ ଅଭାବି ବିକ୍ରି ପରେ ଏବେ ଲଗାଣ ବର୍ଷା ଚାଷୀ ମାନଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ସୂଚନା ଅନୁଯାୟୀ ଗତ କାଲି ବିଳମ୍ବିତ ରାତିରେ ବଲଙ୍ଗ ପଚାଂୟତ ର ବଲଙ୍ଗ ଗ୍ରାମରେ ଏକ ହାତୀ ପଶି ଗିରିଶ ବିଶ୍ୱାଳ ଓ କାଳିଆ ବିଶ୍ୱାଳଙ୍କର ୧୨ଟି କଲମି ଆମ୍ବ ଗଛ ଭାଙ୍ଗିବା ସହିତ ବାଇଗଣ ବାରି ମାଡି ନଷ୍ଟ କରି ଦେଇଛନ୍ତି । ପଣସ ଗଛରୁ ପଣସ କଠା ଛିଣ୍ଡାଇ ଖାଇ ଏଣେ ତେଣେ ଫୋପାଡିଛନ୍ତି ବୋଲି ଗିରିଶ ବିଶ୍ୱାଳ କହିଛନ୍ତି । ବନ ବିଭାଗ କୁ ଅଭିଯୋଗ କରିଥିଲେ ମଧ୍ୟ ଆମ କଥା କେହି ଶୁଣୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଉକ୍ତ ସମସ୍ୟା ସମ୍ପର୍କରେ ବନ୍ତଳା ବନଖଣ୍ଡ ରେଜଂ ଅଧିକାରୀ ବିନ୍ଦୁ ପ୍ରସାଦ ପ୍ରଧାନ କହିଛନ୍ତି ବଲଙ୍ଗ ଗୁରୁଡିଆ ଅଚଂଳରେ ଏକ ହାତୀ ବୁଲୁଥିବା ର ଖବର ଅଛି । ଯଦି କହାର କ୍ଷତି ହୋଇଛି ତେବେ ଦରଖାସ୍ତ ଦେଳେ ଅନୁକମ୍ପା ଆଶ୍ୱସ୍ତି ଫଣ୍ଡରୁ ସହାୟତା ରାଶି ପ୍ରଦାନ କରାଯିବ ।