Odisha news

କାକଟପୁର ବ୍ଳକରେ ଭତା ପାଇବାରେ ଅହେତୁକ ବିଳମ୍ବ

0

କାକକଟପୁର ୧୯/୮ ସରକାରୀ ଯୋଜନାର ସଠିକ ଓ ମୟୋପଯୋଗୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ଯେତେ ପ୍ରକାର ଅତ୍ୟାଧୁନିକ କୌଶଳ ଅବଲମ୍ବନ କରାଗଲେ ମଧ୍ୟ ହିତାଧିକାରୀମାନେ ସୁଫଳ ପାଇପାରୁ ନାହାଁନ୍ତି । ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନା କାକଟପୁର ବ୍ଳକରେ ବାଟବଣା ହୋଇଥିଲା ବେଳେ ବାର୍ଦ୍ଧକ୍ୟ ଭତା ଭଳି ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ସ୍ୱଚ୍ଛତା ରଖିବା ପାଇଁ ଅନଲାଇନରେ ଆବେଦନ କରିବାକୁ ନିଦେ୍ର୍ଦଶନାମା ଯାରି ହୋଇଛି ।

ବାସ୍ତବ କ୍ଷେତ୍ରରେ ସେସବୁ ବ୍ୟବସ୍ଥା କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟୁଛି । ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କର ମୃତୁ୍ୟର ବର୍ଷିକିଆ ପାଳନ ହୋଇଥିଲେ ମଧ୍ୟ ଉକ୍ତ ପଇସା ପାଇପାରୁନଥିବା ଅଭିଯୋଗ ହେଉଛି । ସେହିପରି କାକଟପୁର ବ୍ଳକରେ ମୋଟ ୧୩୮୯୯ଜଣ ବାର୍ଦ୍ଧକ୍ୟ ଭତା ପାଇଥିବା ବେଳେ ବ୍ଳକରେ ଆଉ ୧୪୦୨ଜଣ ଭତା ପାଇବା ପାଇଁ ଆଜକୁ ୭-୮ମାସ ତଳୁ ଅନଲାଇନରେ ଆବେଦନ କରି ନିରାଶ ହୋଇ ରହିଛନ୍ତି ।

ସେମାନଙ୍କ ମଧ୍ୟରୁ କେତେକ ପଂଚଭୁତରେ ଲିନ ହୋଇଗଲେଣି । ଆଉ ଯେଉଁମାନେ ଅଛନ୍ତି କୋଭିଡ୍ କଟକଣା ଯୋଗୁଁ ପରିବାରରେ ରୋଜଗାାର କମ୍ ହେତୁ ବଡ ଦୟନିୟ ଅବସ୍ଥାରେ ସମୟ ଅତିବାହିତ କରୁଛନ୍ତି । ଏପରି ବୟସାଧିକ୍ୟ ହେତୁ ଦେହ ଖରାପରେ ଔଷଧ କିଣିବାକୁ ପାଖରେ ପଇସା ନାହିଁ । ପରିବାରର ସକ୍ଷ୍ୟମ ବ୍ୟକ୍ତି କୋଭିଡ୍ ଯୋଗୁଁ ପ୍ରବାସରୁ ଆସି ଘରେ ବସିଛନ୍ତି ସେମାନଙ୍କର ରୋଜଗାର ନଥିବା ହେତୁ ବୁଢା ବୁଢିମାନେ ନିଜର ଶାରିରୀକ ଅସୁସ୍ଥାତାକୁ ସେମାନଙ୍କ ଦୃଷ୍ଟିକୁ ଆଣୁ ନାହାଁନ୍ତି । ଯଦି ସରକାର ଅନଲାଇନ୍ ବ୍ୟବସ୍ଥା କଲେ ସେ ସବୁକୁ ତୁରନ୍ତ କାର୍ଯ୍ୟକାରୀ କରି ହିତାଧିକାରୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିଲେ ପ୍ରକୃତ ହିତାଧିକାରୀ ଉପକୃତ ହୁଅନ୍ତେ । ପୁରୀ ଜିଲ୍ଲାପାଳ ଓ ୫ଟି ସଚିବ ଏଥିପ୍ରତି ଦୃଷ୍ଟି ଦେଇ ବ୍ଳକ ଅଧିକାରୀଙ୍କୁ ଅନଲାଇନ ଆବେଦନର ଶିଘ୍ର ସମାଧାନ ପାଇଁ ନିଦେ୍ର୍ଦସ ଦେବାକୁ କାକଟପୁର ମା ମଙ୍ଗଳା ବରିଷ୍ଠ ନାଗରିକ ମଂଚର ସଭାପତି ଲକ୍ଷ୍ମୀଧର ଖୁଂଟିଆ ଅନୁରୋଧ କରିଛନ୍ତି ।

IEC 2 years
Leave A Reply