ମାଲକାନଗିରି !ତା:୧୯.୮.୨୦୨୦ : ଗୋଟିଏ ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ପ୍ରଳୟଙ୍କର ବନ୍ଯାର ବିଭିଷିକାର ପରି ସମାପ୍ତି ନଘଟଣୁ,ପୁଣି ଆଉ ଏକ ଲଘୁ ଚାପର ବଳୟ ସୃଷ୍ଟି ହୋଇଛି,ଫଳରେ ଆଜି ସକାଳୁ ମାଲକାନଗିରି ଆକାଶରେ ଘନ ବାଦଲ ଦେଖା ଦେବା ସହ ଅବିଶ୍ରାନ୍ତ ବର୍ଷା ପ୍ରକୋପ ଜାରି ରହିଛି !ଏହି ବର୍ଷା ସପ୍ତାହ ବ୍ଯାପି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି !ଆସନ୍ତା କାଲି ଠାରୁ ମୂଶଳ ଧାରରେ ବର୍ଷାର ବିତ୍ପାତ୍ତ ଜାରି ରହିବ!ବିଜୁଳି ବଜ୍ରପାତ ହେବାର ସମ୍ଭାବନା ସହ ୪୫ ରୁ ୫୫ ବେଗରେ ମଧ୍ଯ ପବନ ବହିବାର ସମ୍ଭାବନା ରାହିଛି !ତେଣୁ ମାଲକାନଗିରି ଜିଲ୍ଲାକୁ ୟଲୋ ଜୋନ ଘୋଷଣା କରାଯାଇଛି !
ଆଜି ମାଲକାନଗିରି ଜିଲ୍ଲାରେ ସଂଧ୍ଯା ସୁଦ୍ଧା ୨୧୮.୯ ମିମି ବର୍ଷା ରେକର୍ଡ କରା ଯାଇଛି !ତନ୍ମଧ୍ଯରୁ ମାଲକାନଗିରି ବ୍ଲକରେ ୪୨.୬ ମିମି,ଖଇରପୁଟ ବ୍ଲକରେ ୬୫.୦ ମିମି,ମାଥିଲି ବ୍ଲକରେ ୪୧.୦ ମିମି,ଚିତ୍ରକୋଣ୍ଡା ବ୍ଲକରେ ୧୫.୦ ମିମି,କୋରୁକୋଣ୍ଡା ବ୍ଲକରେ ୩୨.୦ ମିମି,କାଲିମେଳା ବ୍ଲକରେ ୧୫.୦ ମିମି,ପଡିଆ ବ୍ଲକରେ ୮.୩ ମିମି ବର୍ଷା ହୋଇଛି !ବର୍ତ୍ତମାନ ଝିପ୍ ଝିପ୍ ବର୍ଷା ଲାଗିରହିଛି!ଏହି ବର୍ଷା ଆଗାମୀ ଦିନ ଠାରୁ ମୂଶଳ ଧାରାରେ ବର୍ଷିବାର ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛି !
ବର୍ତ୍ତମାନ ଶାବେରୀ ଏବଂ ସିଲେରୁ ନଦୀର ଜଳ ଗୋଦାବରୀ ନଦୀରେ ମିଳନ ହୋଇ ଜଳ ପତନକୁ ବୃଦ୍ଧି କରିଛି !ମୋଟୁ ଅଞ୍ଚଳରେ ଜଳ ସ୍ତର ପୂର୍ବ ଭଳି ବୃଦ୍ଧି ଘଟିଛି !କନ୍ଯାଶ୍ରମ ନିକଟରେ ଥିବା ପୋଲ ଉପରେ ଜଳ ସ୍ତର ବଢିବା ଯୋଗୁଁ କାଲିମେଳା ଠାରୁ ପଡିଆ ଅଞ୍ଚଳକୁ ଯାତାୟତ ବିଛିନ୍ନ ହୋଇଛି !ଏହି ବର୍ଷା ଲାଗି ରହିଲେ ମାଲକାନଗିରି ଜିଲ୍ଲାରେ ଦ୍ବିତୀୟ ଥର ବନ୍ଯା ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ !ଖାଲୁଆ ଜମିରେ ଥିବା ଧାନ ଫସଲ ଗୁଡିକ ଜଳମଗ୍ନ ହୋଇ ପ୍ରଭୃତ କ୍ଷୟକ୍ଷତି ହେବ ବୋଲି କୁହାଯାଇଛି !ଯାହାକି ଆଗାମୀ ଦିନରେ ଚାଷୀମାନେ ଘୋର ଆର୍ଥିକ ସଂକଟ ଦେଇ ଗତି କରିବେ ବୋଲି କଳ୍ପନା ଜଳ୍ପନା ଚାଲିଛି !
