Odisha news

ଡିଜିଟାଲ୍‌ ଡିଷ୍ଟାନ୍ସ ୨୦-୨୦-୨୦ ଫର୍ମୁଲା

0

କ୍ରମାଗତ କମ୍ପୁ୍ୟଟର ତଥା ଲାପଟପ୍‌ ସାମ୍ନାରେ ବସିବା ଦ୍ୱାରା ଆଖି ଉପରେ ପ୍ରଭାବ ପଡୁଛି । ଏ ପାଇଁ ଏବେ ଡିଜିଟାଲ୍‌ ଆଇ ଷ୍ଟ୍ରେନ୍‌ (ଡିଇଏସ୍‌) ଓ କମୁ୍ୟଟର୍‌ ଭିଜନ୍‌ ସିଣ୍ଡ୍ରୋମ୍‌ (ସିଏସ୍‌ଏମ) ଦେଖାଦେଉଛି। ଅର୍ଥାତ୍‌ ଡିଜିଟାଲ୍‌ ଡିଭାଇସ୍‌ ସାମ୍ନାରେ ବସିବା ଦ୍ୱାରା ଆଖିରୁ ଲୁହ ଝରୁଛି । ଏହା ଦ୍ୱାରା ମାୟୋପିଆ ବୃଦ୍ଧି ପାଉଛି । ସିଏସ୍‌ଏମ୍‌ରେ ମୁଣ୍ଡବିନ୍ଧା, ବେକ ତଥା କାନ୍ଧରେ ଯନ୍ତ୍ରଣା ସହ ଆଖି ଶୁଷ୍କ ହୋଇ କୁଣ୍ଡେଇ ହୁଏ । ଏହା ଯେ କେବଳ ସ୍କ୍ରିନ୍‌ ଟାଇମ୍‌ ବୃଦ୍ଧି ଯୋଗୁ ହୁଏ ତା ନୁହେଁ, ଠିକ୍‌ ଭଙ୍ଗୀରେ ନ ବସିବା ତଥା ଘରର ଲାଇଟ୍‌ ମଧ୍ୟ ଏ ସମସ୍ୟାର ଅନ୍ୟତମ କାରଣ । ସେଥିପାଇଁ ଡାକ୍ତରମାନେ ୨୦-୨୦-୨୦ ନିୟମ ଫଲୋ କରିବାକୁ ପରାମର୍ଶ ଦେଇଛନ୍ତି । ଅର୍ଥାତ୍‌ ପ୍ରତି ୨୦ ମିନିଟ୍‌ରେ ୨୦ ସେକେଣ୍ଡ ବ୍ରେକ୍‌ ନେଇ ୨୦ ଫୁଟ୍‌ ଦୂରକୁ ଚାହିଁବା । କରୋନାରେ ସାମାଜିକ ଦୂରତ୍ୱ ଯେତିକି ଜରୁରୀ, ଭିଜୁଆଲ ଡିଷ୍ଟଟାନ୍ସ ସେତିକି ଜରୁରୀ ବୋଲି ଚକ୍ଷୁ ବିଶେଷଜ୍ଞ କହନ୍ତି ।

Nalco
Leave A Reply