Odisha news

ନୁଆ ଏନଏସି ତାଲିକା ରେ କାକଟପୁର ନ ଥିବାରୁ ତୀବ୍ର ଅସନ୍ତୋଷ। ଜୋରଦାର ଆନ୍ଦୋଳନ ଆରମ୍ଭ।

0
କାକଟପୁର 27/2  ଜିଲ୍ଲା ସ୍ତରରେ ବିକାଶ ପ୍ରକ୍ରିୟାକୁ ଅଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ନିଷ୍ପତି ଗ୍ରହଣ ପୂର୍ବକ ୫ ଟି ନୁଆ ମ୍ୟୁନିସପାଲିଟି ସହ ୩୫ ନୁଆ ଏନଏସି ପାଇଁ ଘୋଷଣା କରିଛନ୍ତି। କିନ୍ତୁ ଦୁଃଖର ବିଷୟ ଏହି ଘୋଷଣା ରେ ପୁରୀ ଜିଲ୍ଲା ର ଅନନ୍ୟ ଶକ୍ତି ପୀଠ ଭାବେ ପରିଚିତ କାକଟପୁର କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ୨୦୨୦ ମସିହା ରେ ପୁରୀ ଜିଲ୍ଲାର କାକଟପୁର ଓ ସାକ୍ଷୀଗୋପାଳ ନୂତନ ଏନଏସି ହୋଇପାରେ ବୋଲି ରାଜ୍ୟ ସରକାର ଙ୍କ ପକ୍ଷରୁ ସାମାନ୍ୟ ଆଭାସ ମିଳିଥିଲା। ଗତ ବିଧାନସଭା ରେ ଏହି ଦୁଇଟି ସ୍ଥାନ ଏନଏସି ହେବା ବିଚାରଧିନ ଅଛି ବୋଲି ମଧ୍ୟ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଥିଲେ। କିନ୍ତୁ ନୂତନ ଭାବେ ଘୋଷିତ ଏନଏସି ଭିତରେ ପୁରୀ ଜିଲ୍ଳାର କୌଣସି ସ୍ଥାନ ନ ଥିବାରୁ ପୁରୀ ଜିଲ୍ଲାର ନେତା, ମନ୍ତ୍ରୀଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  କାକଟପୁର ସମଗ୍ର ରାଜ୍ୟ ରେ ମା ମଙ୍ଗଳା ଙ୍କ ମନ୍ଦିର ପାଇଁ ପ୍ରସିଦ୍ଧି ଲାଭ କରିଛି। ଏହି ଅଞ୍ଚଳ କୁ ବିକଶିତ ସହର କରିବା ପାଇଁ ସ୍ଥାନୀୟ ବାସିନ୍ଦା ମାନେ ଦୀର୍ଘବର୍ଷ ହେବ ଏହାକୁ ଏନଏସି ଘୋଷଣା କରିବାକୁ ଦାବି କରିଆସୁଛନ୍ତି । ଚଳିତବର୍ଷ ସରକାର କାକଟପୁର କୁ ନୂତନ ଏନଏସି ଭାବେ ଘୋଷଣା କରିବେ ବୋଲି ଅଞ୍ଚଳବାସୀ ଆଶା କରିଥିଲେ। କିନ୍ତୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଅପାରଗ ଯୋଗୁଁ ଏହା ସମ୍ଭବ ହେଲା ନାହିଁ ବୋଲି ଅଭିଯୋଗ କରି  ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କାକଟପୁର କଲେଜ ଛକ ଠାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ତାଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ।ବୁଧବାର ଦିନ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କାକଟପୁର ବନ୍ଦ ଡାକରା ଦିଆ ଯାଇଥିବା ବେଳେ ଗୁରୁବାର କାକଟପୁର ର କିଛି ବୁଦ୍ଧିଜୀବୀ ଓ ସେବାୟତ  ଙ୍କ ନେତୃତ୍ୱ ରେ କିଛି ସ୍ବେଛାସେବୀ ମା ମଙ୍ଗଳା ଙ୍କ ମନ୍ଦିର ଠାରୁ ପଦଯାତ୍ରା ରେ ଭୁବନେଶ୍ୱର ଯାଇ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି କାକଟପୁର କୁ ଏନ୍ ଏ ସି ଘୋଷଣା କରିବାକୁ ଦାବି ପତ୍ର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। କାକଟପୁର କୁ ଏନ୍ ଏ ସି ଘୋଷଣା କରିବାକୁ ଅଞ୍ଚଳବାସୀ ଦାବି କରି ଜୋରଦାର ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଥିବାରୁ ଏହା ସ୍ଥାନୀୟ ପୋଲିସ ପ୍ରଶାସନ ଓ ଲୋକ ପ୍ରତିନିଧି ଙ୍କ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି।କାକଟପୁରରେ ମା ମଙ୍ଗଳା ମନ୍ଦିର, ଐତିହାସିକ ପ୍ରାଚୀ ନଦୀ, ଅନେକ କଲେଜ ଓ ହସପିଟାଲ ଆଦିର ବିକାଶ ସହ ରାସ୍ତାଘାଟ ନିର୍ମାଣ, ଆଲୋକିକରଣ, ସ୍ବଚ୍ଛତା ଅବଲମ୍ବନ ଆଦି ଅତ୍ୟାବଶ୍ୟକ ଥିବାରୁ ଏହାର ଉନ୍ନୟନ ନିହାତି ଜରୁରୀ। ଏହାକୁ ଏନଏସି କରାଗଲେ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମାନେ ଆଶାବାଦୀ ଅଛନ୍ତି। ତୁରନ୍ତ କାକଟପୁର କୁ ନୂତନ ଏନ ଏ ସି ଭାବେ ଘୋଷଣା କରିବାକୁ ସାଧାରଣ ରେ ଦାବି ହେଉଛି।
Ad2
Leave A Reply