Odisha news

କାକଟପୁର ଜଳସେଚନ ବିଭାଗରେ କର୍ମଚାରୀ ଅଭାବ ଖାଲି ପଡିଛି ବହୁ ପଦବୀ 

0

କାକଟପୁର  19/9  ନିମାପଡା ଜଳସେଚନ ବିଭାଗ ଡିଭିଜନ ଅଧିନସ୍ଥ କାକଟପୁର ଜଳସେଚନ ବିଭାଗ ସବଡ଼ିଭିଜନଟି  ୫ ଗୋଟି ସେକ୍ସନ କାର୍ଯ୍ୟାଳୟକୁ ନେଇ ଗଠିତ l ଦିନ ଥିଲା ଏହି ସବଡ଼ିଭିଜନରେ ଠିକାଦାର , କର୍ମଚାରୀ ଓ ଲୋକଙ୍କ ଗହଳ ଚହଳ ଲାଗିରହୁଥିଲା  l ମାତ୍ର ଆଜି ଅବସ୍ଥା ଅନ୍ୟ ପ୍ରକାର l ବିଭିନ୍ନ ସମସ୍ୟା ଓ ଆପତ୍ତି ଅଭିଯୋଗ  ଜଣାଇବାକୁ ଆସୁଥିବା ଚାଷୀ ବାବୁମାନଙ୍କ ସଂପର୍କରେ ପଚାରିଲେ ତଳିଆ କର୍ମଚାରୀମାନଙ୍କ ଠାରୁ ଉତ୍ତର ମିଳେ ବାବୁ ସାଇଡରେ ଅଛନ୍ତି l କିନ୍ତୁ ଏହି  ଜଳସେଚନ ବିଭାଗ ସବଡ଼ିଭିଜନରେ ବର୍ତ୍ତମାନ ଖାଲାସୀ  , ଓ ଯନ୍ତ୍ରୀଙ୍କ ଅଭାବ ଯୋଗୁଁ ଜଣେ ଲେଖାଏଁ ଖଲାସୀ ଓ ଜଣେ ଲେଖାଏଁ ଯନ୍ତ୍ରୀଙ୍କୁ ଏକାଧିକ ସେକ୍ସନର ଅତିରିକ୍ତ  (ଦାୟିତ୍ୱ) ଦିଆଯାଇଛି l ଏହି ଜଳସେଚନ ବିଭାଗ ସବଡ଼ିଭିଜନର  କାକଟପୁର (ହେଡ଼କ୍ଵାଟର) ଓ ବାଉରିଆକଣ  ୨ ଗୋଟି  ସେକ୍ସନରେ ଦୀର୍ଘ ଦିନ ଧରି ୨ ଗୋଟି  ଯନ୍ତ୍ରୀ ପଦବୀ ଖାଲି ପଡିଛି l ସ୍ଥାୟୀ ଯନ୍ତ୍ରୀ ନଥିବାରୁ ଉକ୍ତ ସେକ୍ସନ ଗୁଡିକରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ସାଙ୍ଗକୁ କେନାଲ ପାଣି ପାଇଁ ଚାଷୀ ଅସନ୍ତୋଷ ଲାଗିରହିଛି l କେନାଲ ତଳ ମୁଣ୍ଡରେ ଥିବା ଚାଷୀଙ୍କ କଥା ଛାଡ଼ ଏହି ସେକ୍ସନ (ଦ୍ୱୟ)ର ମୂଖ୍ୟ କେନାଲ ଗୁଡିକରେ  ଶୋଠକୁ କେନାଲ ପାଣି ଉଠୁନଥିବା ଚାଷୀ ଓ ଠିକାଦାର ମାନେ ଅଭିଯୋଗ କରୁଛନ୍ତି l ଜଣେ ଅଭିଜ୍ଞ ଠିକାଦାରଙ୍କ କହିବା ଅନୁଯାଇ କୃଷି ଓ କୃଷକର ଉନ୍ନତି ପାଇଁ ସରକାର ସଭା ସମିତିରେ  ଡିଣ୍ଡିମ ପିଟୁଥିବା ବେଳେ ଏହି ସବଡିଭିଜନର ସବୁଠାରୁ (ଗୁରୁତ୍ୱ) ପୂର୍ଣ୍ଣ ସେକ୍ସନ ବାଉରିଆକଣ ସେକ୍ସନରେ ଗତ ୫/୫/2022ତାରିଖ ଠାରୁ ସହକାରୀ ଯନ୍ତ୍ରୀ ପଦବୀଟି ଖାଲି ପଡିଛି l ସେହିପରି କାକଟପୁର (ହେଡ଼କ୍ଵାଟର) ସେକ୍ସନର ସହକାରୀ ଯନ୍ତ୍ରୀଙ୍କର 1/1/2022 ରେ ଅନ୍ୟତ୍ର ବଦଳୀ ପରେ ତାଙ୍କ ସ୍ଥାନରେ ସେହି ଦିନ ଠାରୁ କୌଣସି  ଯନ୍ତ୍ରୀଙ୍କୁ ସ୍ଥାୟୀ  ନିଯୁକ୍ତି ଦିଆଯାଇନାହିଁ l   ଗତ 1/9/2023 ରେଏହି  ସବଡ଼ିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର  ଅନ୍ୟତ୍ର ବଦଳୀ ହେବା ପରେ ନିମାପଡା ସବଡ଼ିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କାକଟପୁର ସବଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଅତିରିକ୍ତ (ଦାୟିତ୍ୱ) ଦିଆଯାଇଛି l ବିଭାଗୀୟ ମନ୍ତ୍ରୀ ଓ ସଚ୍ଚିବ ଏଦିଗରେ ଦୃଷ୍ଟି ଦେବା ସହ ତୁରନ୍ତ ଏହି ସବ ଡିଭିଜନରେ ଖାଲି ଥିବା ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଶୀଘ୍ର  ପୂରଣ କରିବାକୁ ବହୁ ଠିକାଦାର ଓ ଅଞ୍ଚଳର  ଚାଷୀ ମହଲରେ ଦୃଢ଼ ଦାବୀ ହେଉଛି l

Leave A Reply