Odisha news

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଉପଦେଷ୍ଟାଙ୍କ କାକଟପୁର ଗସ୍ତ 

0
କାକଟପୁର ତା 26 /8   ଗ୍ରାମାଞ୍ଚଳର ବିକାଶ ସହ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସବୁ ଦିନିଆ ଗମନା ଗମନକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ରାସ୍ତା ଗୁଡିକୁ ସଂଯୋଗୀ କରଣ ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପ୍ରଚଳନ କରିଛନ୍ତି l ରାଜ୍ୟର ଅପହଞ୍ଚ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହେବା ( ଦ୍ଵାରା )ସ୍ଥାନୀୟ ଅଞ୍ଚଳ ଠାରୁ ଅନ୍ୟ ସ୍ଥାନର ଦୂରତା କମିବା ସହ ଲୋକେ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଉଛନ୍ତି ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଉପଦେଷ୍ଟା ସବିତା ମହାପାତ୍ର ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ କହିବା ସହ ନିମାପଡା ଗ୍ରାମ୍ୟଉନ୍ନୟନ ବିଭାଗ ଡିଭିଜନ ଅଧିନସ୍ଥ କାକଟପୁର ଓ କୋଣାର୍କ ୨ ଗୋଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ ଅଧିନରେ ଚାଲିଥିବା ଏକାଧିକ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା କାର୍ଯ୍ୟକୁ  ବୁଲି ଦେଖିଛନ୍ତି l ପ୍ରଥମେ ଶ୍ରୀମତୀ ମହାପାତ୍ର କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ ଅଧିନରେ 244.192 ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମିତ ଅସ୍ତରଙ୍ଗ ଫିସରୀ ରୋଡ଼ ଡ଼ମଶୁଣ ଠାରୁ ନାନପୁର  ୩ କିମି ରାସ୍ତା ,  436.87 ଲକ୍ଷ ଟଙ୍କା ବ୍ୟୟରେ ସିଦ୍ଧିପୁର ବେଳଙ୍ଗ 4 କିମି 8 ଶହ ମିଟର ରାସ୍ତା ଓ ପରେ କୋଣାର୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡର 323.94 ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମିତ ମେରାଇନ ଡ୍ରାଇଭ ଠାରୁ ଗୋପ କୋଣାର୍କ  4 କିମି 060 ମିଟର ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା କାର୍ଯ୍ୟକୁ ପରିଦର୍ଶନ କରିଥିଲେ l ଏହାଛଡା  ରାସ୍ତା ନିର୍ମାଣ ହେଉଥିବା ଉପରୋକ୍ତ ୩ ଗୋଟି ଅଞ୍ଚଳର  ନିକଟସ୍ଥ ଗ୍ରାମବାସୀମାନଙ୍କୁ ଡକାଇ  ଭିନ୍ନ ଭିନ୍ନ ସ୍ଥାନରେ ବୈଠକ  କରି  ଲୋକଙ୍କ ଅଭାବ ଅସୁବିଧା ସଂପର୍କରେ ପଚାରି ବୁଝିବା ସହ ରାସ୍ତା କାର୍ଯ୍ୟ ଠିକ ହେଉଛି ନା ନାହିଁ , ରାସ୍ତା ନିର୍ମାଣ ସମୟରେ ଯନ୍ତ୍ରୀ ମାନେ ଉପସ୍ଥିତ ରହୁଛନ୍ତି ନା ନାହିଁ ,  ସୂଚନା ଫଳକ ଅନୁଯାଇ ରାସ୍ତା କାର୍ଯ୍ୟର ମାନ ପରିମାଣ ଠିକ ରହୁଛି ନା ନାହିଁ ଲୋକଙ୍କୁ ପଚାରି ବୁଝିଥିଲେ l ଏହି ରାସ୍ତା କାର୍ଯ୍ୟ ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପଦେଷ୍ଟା ସବିତା ମହାପାତ୍ରଙ୍କ ସହ ନିମାପଡା ଗ୍ରାମ୍ୟଉନ୍ନୟନ ବିଭାଗ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ, କାକଟପୁର , କୋଣାର୍କ ଦୈତ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ  (ଦାୟିତ୍ୱ) ରେ ଥିବା ଅଧିକାରୀ ସମେତ ରାସ୍ତା କାର୍ଯ୍ୟକୁ ଠିକା ନେଇଥିବା ଠିକାଦାର ମାନେ ଉପସ୍ଥିତ ଥିଲେ l
Leave A Reply