Odisha news

ସଇତପୁର ଓ ହାତିଝରୀରେ ଚାରି ବଖରା ଘର ଭାଙ୍ଗିଲା ହାତୀ

0

ବେତନଟୀ : ଗୋଠ ଛଡା ହାତୀ ଆମାନିଆ ପାଲଟି ଯାଇଛି। କେଉଁଠି ଘର ଭାଙ୍ଗୁଛି ତ କେଉଁଠି ଧାନ ଚାଉଳ ଖାଇ ଯାଉଛି ତାର ହିସାବ ନାହିଁ। ଜଙ୍ଗଲ ନଷ୍ଟ ହେବା କାରଣରୁ ଖାଦ୍ୟ ନ ପାଇ ହାତୀମାନେ ଗ୍ରାମାଞ୍ଚଳକୁ ମାଡି ଆସୁଛନ୍ତି। ପ୍ରତିବର୍ଷ ଧାନ ପାଚିଲେ ଝାଡଖଣ୍ଡର ଦଲମା ଅଞ୍ଚଳରୁ ପଲ ପଲ ହାତୀ ବେତନଟୀ ରେଞ୍ଜ ତଥା ବୈଶିଙ୍ଗା ଥାନା ଇଲାକାରେ ପ୍ରବେଶ କରି ଶହ ଶହ ଏଠାରେ ଧାନ ଜମି ଖାଇବା ସହିତ ଦଳି ଚକଟି ନଷ୍ଟ କରିଦେଇଥାନ୍ତି। ସେମାନଙ୍କୁ ଘରଡ଼ାଇବା ପାଇଁ ଜଙ୍ଗଲ ସୁରକ୍ଷାକର୍ମୀମାନଙ୍କୁ ନାକେଦମ ହେବାକୁ ପଡିଥାଏ। ସେମାନଙ୍କ ମଧ୍ୟରୁ ଗୋଠ ଛଡା ହୋଇ ଯେଉଁ ମାନେ ରହି ଯାଆନ୍ତି ସେମାନେ ଗାଁ ଗଣ୍ଡାରେ ତାଣ୍ଡବ ରଚିଥାନ୍ତି। ଗତକାଲି ରାତିରେ ଦୁଇଟି ହାତୀ ବୈଶିଙ୍ଗା ଥାନା ଅନ୍ତର୍ଗତ ହାତୀଝରୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପରିଡା, ରାମଚନ୍ଦ୍ର ପରିଡା ଓ ପରମାନନ୍ଦ ନାଏକଙ୍କ ତିନି ବଖରା ଘର ଓ ଗୁହାଳ ଘର ଭାଙ୍ଗିଦେଇଛନ୍ତି। ଲୋକମାନେ ଘଉଡାଇବା ପରେ ହାତୀ ଦୁଇଟି ସଇତପୁର ଅଞ୍ଚଳକୁ ପଳାଇଯାଇଥିଲେ।ସେଠାରେ ଭୂୟାଁସାହି ରେ ପହଞ୍ଚି ପ୍ରତାପ ମହାନ୍ତଙ୍କ ଘରଟିକୁ ସଂପୂର୍ଣ୍ଣ ଭାଙ୍ଗିଦେଇଥିବାବେଳେ ଘର ଲୋକେ ଭୟରେ ଗାଁର ବନ୍ଧୁ ଘରକୁ ଚାଲିଯାଇଥିଲେ।

IEC 2 years
Leave A Reply