କାକଟପୁର 13 /5 ପୁରୀ ଜିଲ୍ଲା କାକଟପୁର ବ୍ଲକ କାଦୁଆନୂଆଗାଁ ଗ୍ରାମପଞ୍ଚାୟତରେ ଥିବା ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରକୁ ନିମ୍ନମାନର ଛତୁଆ ଯୋଗାଣକୁ ନେଇ ପୁରୀ ଜିଲ୍ଲା ବିଜେଡି ଉପସଭାପତି କୈଳାସ ଚନ୍ଦ୍ର ଲେଙ୍କାଙ୍କ ସହ ପଞ୍ଚାୟତର ବିଜେଡି ସଭାପତି ଦୁର୍ଯ୍ୟୋଧନ ମହାନ୍ତି , ଦୁଃଶାସନ ବେହୁରା , ରମେଶ ପାଇଟାଲ, ଶଙ୍କର ଭୂୟାଁ , ଜ୍ଞାନ ରଞ୍ଜନ ମଲ୍ଲ , ଓକିଲ ସ୍ୱାଇଁ ପ୍ରମୁଖ କାକଟପୁର (ସିଡିପିଓ) କାର୍ଯ୍ୟାଳୟରେ ଛତୁଆ ପ୍ୟାକେଟ ଦେଖାଇ ଅଭିଯୋଗ କରିବା ସହ ଛତୁଆର ଉପଯୁକ୍ତ ମାନପରୀକ୍ଷା ପାଇଁ ସିଡିପିଓଙ୍କ ନିକଟରେ ଦୃଢ ଦାବୀ କରିଛନ୍ତି l ଛତୁଆ ପ୍ୟାକେଟରେ ପ୍ରସ୍ତୁତି ତାରିଖ ମୁଦ୍ରଣ କରାନଯାଇ ଛତୁଆ ଯୋଗାଣକାରୀ ସଂସ୍ଥା ମାଭବାନୀ (ସ୍ୱୟଂ) ସହାୟକଗୋଷ୍ଠି (ନାସିକେଶ୍ୱର ) କଲମରେ ଲେଖିଥିବାରୁ ଏ ନେଇ ଅଭିଯୋଗକାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ସହ ଛତୁଆ ପ୍ୟାକେଟରେ ମିଶ୍ରଣ ହୋଇଥିବା ବାଦାମ , ଗହମ , ଚିନି ଓ ବୁଟର ପରିମାଣ ସହ ଓଜନରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ କରିଥିଲେ l
ଅଭିଯୋଗକାରୀ ମାନେ ଛତୁଆର ମାନ ପରିମାଣକୁ ସର୍ବ ସମ୍ମୁଖରେ ପରୀକ୍ଷା କରିବା ସହ ଯୋଗାଣକାରୀ ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ l ଗର୍ଭବତୀ , ପ୍ରସୂତି ଓ 6 ମାସରୁ 3 ବର୍ଷର ଶିଶୁମାନଙ୍କପାଇଁ ସରକାର ପୃଷ୍ଟିସାର ଯୁକ୍ତ ଛତୁଆ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି l କିନ୍ତୁ ଆଜକୁ ଦୀର୍ଘ 12 ବର୍ଷରୁ ଉର୍ଦ୍ଧ ସମୟ ଧରି ପୁରୀ ଜିଲ୍ଲା ପ୍ରଶାସନ ଛତୁଆ ଯୋଗାଣ ପାଇଁ ସର୍ବସାଧାରଣରେ ଟେଣ୍ଡର ନକରି କାକଟପୁର ବ୍ଲକ ପାଇଁ ମା ଭବାନୀ ସ୍ୱୟଂ ସହାୟିକା ଗୋଷ୍ଟି ନାସିକେଶ୍ୱର ଓ ମା ବିଶ୍ୱ ବିରଜାଈ ସ୍ୱୟଂ ସହାୟିକା ଗୋଷ୍ଟି (ନୀଳକଣ୍ଠପୁର) ଦୁଇ ସ୍ୱୟଂ ସହାୟିକା ଗୋଷ୍ଟି ଦ୍ୱୟ ଙ୍କୁ ପ୍ରତିବର୍ଷ ରିନୁଆଲ କରି ଛତୁଆ ଯୋଗାଇବା ପାଇଁ ଆଦେଶ ଦେବା ପଛରେ କି ଗୁଢ଼ ରହସ୍ୟ ଲୁଚି ରହିଛି, ତାହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଏହି ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତ ର ସ୍ୱୟଂ ସହାୟିକା ଗୋଷ୍ଟି ର ମହିଳା ମାନେ ଅନୁରୂପ ଭାବେ ଦୀର୍ଘ ଦିନ ଧରି ପୁରୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରି ଆସୁଥିବାର ନଜୀର ରହିଛି l
ଏହି ଦୁଇ ସ୍ୱୟଂ ସହାୟିକା ଗୋଷ୍ଟି ଉପରେ ଛତୁଆ ଯୋଗାଣ କରିବା ପାଇଁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ସାଧାରଣ ରେ ବିସ୍ମୟ ସୃଷ୍ଠି କରିଛି ବୋଲି ପ୍ରଶ୍ନ ଉଠୁଛି l ସଂପୃକ୍ତ ସ୍ୱୟଂ ସହାୟିକ ଗୋଷ୍ଠୀ ନାମରେ ପ୍ରତିବର୍ଷ ରିନୁଆଲ କରି ଆସୁଥିବା ବିଭିନ୍ନ ସ୍ତରରେ ବହୁବାର ଅଭିଯୋଗ (ସତ୍ୱେ )କଣ ପାଇଁ ସଂପୃକ୍ତ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦର୍ଶାଯାଉଛି ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ଅଭିଯୋଗକାରୀ ମାନେ ପ୍ରକାଶ କରିଛନ୍ତି l ଛତୁଆ ପ୍ରସ୍ତୃତିରେ ସ୍ୱଚ୍ଛତା ଆଣିବା ପାଇଁ ସର୍ବ ସାଧାରଣରେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରି ଟେଣ୍ଡର ଆହ୍ୱାନ କରାନଗଲେ ଆଗାମୀ ଦିନରେ ଏହାର ପ୍ରତିବାଦରେ ଆନ୍ଦୋଳନ କରାଯିବ ବୋଲି ଅଭିଯୋଗକାରୀ ଚେତାବନୀ ଦେଇଛନ୍ତି l ଏଠାରେ ପ୍ରକାଶ ଥାଉକି ସରକାରୀ ନିୟମ ଅନୁଯାଇ ଜଣେ କର୍ମଚାରୀ ଗୋଟିଏ ସ୍ଥାନରେ ତିନି ବର୍ଷ ରୁ ଉର୍ଦ୍ଧ ସମୟ ରହିପାରିବେ ନାହିଁ ବୋଲି ନିୟମ ଥିବାବେଳେ, କାକଟପୁର ସମନ୍ୱିତ ଶିଶୁଵିକାଶ ଅଧୀନରେ ପଡୋଶୀ ବ୍ଲକ ଅସ୍ତରଙ୍ଗ ଅଞ୍ଚଳର ସାତ ଜଣ ସୁପରଭାଇଜର ଆଜକୁ ନଅ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଡେରା ପକାଇଥିବାବେଳେ (ସିଡିପିଓ) ଙ୍କର ଏଠାରେ କାର୍ଯ୍ୟକାଳ ଏଗାର ପୁରୀ ବାର ବର୍ଷ ଚାଲିଲାଣି l ଉପରୋକ୍ତ କର୍ମଚାରୀ ଓ ଅଧିକାରୀ ଏଠାରେ ବର୍ଷ ବର୍ଷ ଧରି ରହି କାୟା ବିସ୍ତାର କରିଥିଲେ ମଧ୍ୟ ଅନ୍ୟତ୍ର ବଦଳି ହେଉନାହିଁ, ଏ ଦିଗରେ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି l