Odisha news

ଦକ୍ଷତା ବିକାଶ ତାଲିମ ଶିବିର ଉଦଯାପିତ

0
କାକଟପୁର 3/2 କାକଟପୁର ବ୍ଲକ ଅନ୍ତର୍ଗତ ଶ୍ରୀ  ଜଗନ୍ନାଥ ପୁର ସ୍ଥିତ  ହସ୍ତଶିଳ୍ପ କେନ୍ଦରେ,ଓଡିଶା ସରକାର ଙ୍କ ହସ୍ତ ଶିଳ୍ପ ବିଭାଗ ଆନୁକୂଲ୍ୟରେ ଟେରାକୋଟା ଶିଳ୍ପ ର ଏକ ଦକ୍ଷତା ବିକାଶ ତାଲିମ ଶିବିର ଛ ମାସ ଧରି ଶିକ୍ଷାର୍ଥୀ ମାନଙ୍କୁ ତାଲିମ ପ୍ରଦାନ ପରେ ଉଦଯାପିତ ହୋଇଯାଇଛି l  ଏହି ଉଦଯାପନୀ ଦିବସରେ ହସ୍ତଶିଳ୍ପ ସମିତି ର ସଭାପତି ତଥା ରାଜ୍ୟର ପ୍ରାକ୍ତନ ହସ୍ତଶିଳ୍ପ ନିର୍ଦ୍ଦେଶକ ଡ଼ଃ ଜଗବନ୍ଧୁ ଷଡ଼ଙ୍ଗୀ ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ପନ୍ଦର ଜଣ ଶିକ୍ଷାର୍ଥୀ ଙ୍କୁ ଯୋଗ୍ୟତା ଷାଠିଫିକେଟ ପ୍ରଦାନ କରିଥିଲେ l
ଟେରାକୋଟା ତାଲିମ ସମୟରେ ଶିକ୍ଷାର୍ଥୀ ମାନେ ଟେରାକୋଟା (ମୃଣ୍ମୟ ଶିଳ୍ପ) ରେ ଅନେକ ଆକର୍ଷଣୀୟ ବସ୍ତୁମାନ ନିର୍ମାଣ କରିଥିବାରୁ ଡ଼ଃ ଷଡ଼ଙ୍ଗୀ ସନ୍ତୋଷ ପ୍ରକାଶ କରିଥିଲେ ଓ ତାଲିମ ପ୍ରଦାନ କରିଥିବା ରାୟଗଡା ରୁ ଆସିଥିବା (ଏମ୍ ସି ଏମ୍) ସଦା କୁମ୍ଭାର, ପୁରୀ ହସ୍ତଶିଳ୍ପ ସମିତି ର  ସହକାରୀ ନିର୍ଦ୍ଦେଶକ ଓ ସମସ୍ତ ଅଧିକାରୀ ଙ୍କୁ ଧନ୍ୟବାଦ, କୃତଜ୍ଞତା ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥପୁର ହସ୍ତଶିଳ୍ପ ର ଉପ ସଭାପତି ମମତା ମିଶ୍ର, ସମ୍ପାଦକ ତପନ ମିଶ୍ର ଓ କେନ୍ଦ୍ରର ବିଶିଷ୍ଠ ଟେରାକୋଟା ଶିଳ୍ପୀ ସୁରେନ୍ଦ୍ର କୁମାର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ l
ଏହି ଶିବିର ରେ ଶିକ୍ଷର୍ଥୀ ମାନେ ତିଆରି କରିଥିବା ଟେରାକୋଟା ପଦାର୍ଥ ଗଣେଶ, ଜଗନ୍ନାଥ ମୂର୍ତ୍ତୀ, ଚଉରା, ଘର ସାଜସଜା ଉପକରଣ,  ଫୁଲକୁଣ୍ଡ, ଫୁଲଦାନୀ ଇତ୍ୟାଦି ପ୍ରଦର୍ଶନ କରାଯାଇଥିଲା l ଏହି ଉପକରଣ ଗୁଡିକର ପ୍ରସ୍ତୁତି ଆଗାମୀ ଦିନରେ ଚାଲୁ ରହିବ ବୋଲି ହସ୍ତଶିଳ୍ପ କେନ୍ଦ୍ର ର ସଭାପତି ଡ଼ଃ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି l
Nalco
Leave A Reply