କୋଣାର୍କ – କୋଣାର୍କ ଏନଏସି ନିମନ୍ତେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ନିଜ ପ୍ରତିନିଧି ଭାବେ କୋଣାର୍କ ଏନଏସିର ପୂର୍ବତନ କାଉନସିଲର ପଦ୍ମ ଚରଣ ବେଉରାଙ୍କୁ ମନୋନୀତ କରିଛନ୍ତି। ଖବରରୁ ପ୍ରକାଶ ଯେ ଦୀର୍ଘ ଦିନ ଧରି ଜଗତସିଂହପୁର ସାଂସଦଙ୍କ କୋଣାର୍କ ଏନଏସି ପ୍ରତିନିଧି ପଦବୀ ଖାଲି ପଡିଥିଲା। ଏହି ଘଟଣାକୁ ଗୁରୁତ୍ବାରୋପ କରିବା ସହ ସାଂସଦ ପାଣ୍ଠିର ସୁବିନିଯୋଗ ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ରୂପାୟନ ଏବଂ ଏହାକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଗତ ଜାନୁୟାରୀ ୯ତାରିଖ, ଚିଠିନଂ-୪୮୯ ଅନୁଯାୟୀ କୋଣାର୍କ ଏନଏସିର ପୂର୍ବତନ କାଉନସିଲର ପଦ୍ମ ଚରଣ ବେଉରାଙ୍କୁ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ କୋଣାର୍କ ଏନଏସି ପ୍ରତିନିଧି ଭାବେ ମନୋନୀତ କରିଛନ୍ତି। ଏ ନେଇ ଜଗତସିଂହପୁର ସାଂସଦ ଡାକ୍ତର ଶ୍ରୀମତୀ ମଲ୍ଲିକ କାକଟପୁର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପାଳ, କୋଣାର୍କ ଏନଏସି ଅଧ୍ୟକ୍ଷା, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରମୁଖଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଜଗତସିଂହପୁର ସାଂସଦଙ୍କ କୋଣାର୍କ ଏନଏସି ପ୍ରତିନିଧି ଭାବେ ମନୋନୀତ ହେବା ପରେ ପୂର୍ବତନ କାଉନସିଲର ପଦ୍ମ ଚରଣ ବେଉରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାନ୍ୟବର ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, କାକଟପୁର ବିଧାୟକ ତଥା କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ରାଜ୍ୟ ବିଜୁଜନତା ଦଳର ସମ୍ପାଦକ ସ୍ବାଧିନ କୁମାର ନାୟକ ପ୍ରମୁଖଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।
