କାକଟପୁର 28/1 କାକଟପୁର ଅସ୍ତରଙ୍ଗ ମୁଖ୍ୟ ରାସ୍ତାର ମା ଉକୁଳେଇ ଠାକୁରାଣୀ ଙ୍କ ନିକଟସ୍ଥ ମହାତ୍ମାଗାନ୍ଧୀ ଉଚ୍ଚମାଧ୍ୟମିକ ଶିକ୍ଷା ଓ ବୈଷୟିକ ବିଦ୍ୟାଳୟ, ରେ 2023-24 ଶିକ୍ଷାବର୍ଷ ପାଇଁ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଦଶ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ମହାବିଦ୍ୟାଳୟ ର ପିତାମହ ଭୀଷ୍ମ ତଥା ଡ଼ିଗ୍ରୀ ମହାିଦ୍ୟାଳୟ ର ଅଧ୍ୟକ୍ଷ ନିରୋଦ କୁମାର ତ୍ରିପାଠୀ ଯୋଗଦେଇ ବାଳିକାମାନଙ୍କୁ ଆତ୍ମରକ୍ଷା କୌଶଳ ସମ୍ବନ୍ଧ ରେ ପ୍ରେରଣା ଦେବା ସହିତ ସାର୍ଟିଫିକେଟ ପ୍ରଦାନ କରି ଥିଲେ। ଉକ୍ତ ଉତ୍ସବରେ ଉଚ୍ଚମାଧ୍ୟିକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଅଧ୍ୟକ୍ଷତା କରି ଥିଲେ। ପ୍ରଶାସନିକ ଅଧିକାରୀ ପ୍ରଶାନ୍ତ କୁମାର ବିଶ୍ବାଳ ନାରି ସଶକ୍ତି କରଣ ତଥା ବାଳିକାମାନଙ୍କୁ ଆତ୍ମରକ୍ଷା ପାଇଁ ଉତ୍ସାହ ପ୍ରଦାନ କରିଥିଲେ। ଏଥିସହିତ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର, ପ୍ରସନ୍ନ କୁମାର ଛାଟୋଇ, ବୁଦ୍ଧଦେବ ଜେନା, ପ୍ରକାଶ ଚନ୍ଦ୍ର ମହପାତ୍ର ଓ ଅଧ୍ୟାପିକା ପ୍ରଗତୀ ମହାନ୍ତି ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଥିଲେ। ସଂଯୋଜିକା ଓଡିଆ ଅଧ୍ୟାପିକା ମମତା ସ୍ବାଇଁ ଉତ୍ସବ ପରିଚାଳନା କରିବା ସହିତ ମନୋଜ କୁମାର ସାହୁ ଚିତ୍ର ଉତ୍ତୋଳନ କରିଥିଲେ।
