Odisha news

ଗଂଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଭାରତ ଯୋଡ଼୍ ଅଭିଯାନରେ ଏକ ବିଶାଳ ସମାବେଶ ଅନୁଷ୍ଠିତ

0
ଜିଲ୍ଲା ସଭାପତି ରମେଶଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଫାଷ୍ଟଗେଟ୍ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ କର୍ମୀ ଓ କର୍ମକର୍ତା ମାନେ ବାହାରି ବିିଭିନ୍ନ ଅଚଂଳ ପରିକ୍ରମା କରିବା ସହିତ ଆମ୍ବପୁଆ ପର୍ଯ୍ୟନ୍ତ ଯାଇଥିଲେ । ଜାତି, ଧର୍ମ ନିର୍ବିଶେଷରେ ଦେଶରେ ଭାଇଚାରା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।  ବିଜେଡ଼ି, ବିଜେପି ସରକାର ଦେଶର ଅରଜାଗତା ବୃଦ୍ଧି କରିଥିବା ବେଳେ ଖଣି ଦୁର୍ନୀତି, ଚିଟ୍ ଫଣ୍ଡ ଦୁର୍ନତୀ, ମେଡ଼ିକାଲ ସ୍ୱାସ୍ଥ୍ୟ ସେବାରେ ଅବ୍ୟବସ୍ଥା, ଦାଦନ ଶ୍ରମିକ ବୃଦ୍ଧି, ବେକାରୀ ସମସ୍ୟା ବୃଦ୍ଧି, ମହିଳାଙ୍କ ପ୍ରତି ନିର୍ଯ୍ୟାତନା ଓ ହତ୍ୟା ଘଟଣା ବୃଦ୍ଧି ପାଇଛି । ଏହି ସମସ୍ତ ମୁଦାକୁ ନେଇ ଆଗାମୀ ଦିନରେ ଜାତୀୟ କଂଗ୍ରେସ ନିର୍ବାଚନ ମଇଦାନ ଓହ୍ଲାଇବ ଏବଂ ୨୦୨୪ ମସିହାରେ ଓଡ଼ିଶାରେ କଂଗ୍ରେସ ନିଜର ଶାସନ ଗାଦିକୁ ଅଳକୃତ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଜାନୁୟାରୀ ୨୬ ତାରିଖରୁ ହାତ୍ ସେ ହାତ୍ ଯୋଡ଼୍ ଅଭିଯାନର ଆରମ୍ଭ ହୋଇଛି । ରାଜ୍ୟର ୩ହଜାର ୭ ଶହ ବୁଥ୍‌, ୬ ହଜାର ୭ଶହ ପଚାଂୟତ ଏବଂ ୩୧୪ ଟି ବ୍ଲକର ଘରକୁ ଘର ବୁଲି କଂଗ୍ରେସ ପ୍ରଚାର କରିବ । ଉଭୟ ବିଜେପି, ବିଜେଡ଼ି ସରକାରଙ୍କ ଅପରାଗତାକୁ ଲୋକଲୋଚନକୁ ଆଣିବ ବୋଲି ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ହଜାର ହଜାର କଂଗ୍ରେସ କର୍ମୀ ବିଶାଳ ଶୋଭାଯାତ୍ରାରେ ଯୋଡ଼ି ହୋଇଥିଲେ । ଗଂଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଂଗ୍ରେସ କର୍ମୀ ମାନେ ଏହି ଭାରତ ଯୋଡ଼୍  ଅଭିଯାନରେ ଯୋଡ଼ି ହୋଇଯାଇଥିଲେ । ଏହି ଅବସରରେ  ମହିଳା ସଭାନେତ୍ରୀ ବନଜା ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ରଶ୍ମିରଂଜନ ପଟ୍ଟନାୟକ, ପୀତବାସ ପଣ୍ଡା, ପ୍ରମୋଦ ଜେନା, ଉପସଭାପତି ମହେଶ୍ୱର ପାତ୍ର, ସୁବାସିନି ପଟ୍ଟନାୟକଙ୍କ ସମେତ ବହୁ କର୍ମୀ ଓ କର୍ମକର୍ତା ଉପସ୍ଥିତ ଥିଲେ ।
Nalco
Leave A Reply