Odisha news

ରେଳ ବିଭାଗ ଟେଲିକମ ର ବରିଷ୍ଠ ଅଧିକାରୀ ଙ୍କ ଅକାଳ ବିୟୋଗ

0
କାକଟପୁର 13/10 ନିକଟସ୍ଥ ଗୁଡୁବଣି ଗ୍ରାମର ମନମୋହନ ନାୟକ (ମନୁ) (54) ଙ୍କର ଗତ ମଙ୍ଗଳବାର ରାତ୍ର ରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ହୋଇଯାଇଛି l ସେ ଭାରତୀୟ ରେଳ ବିଭାଗ ଟେଲିକମ ର ବରିଷ୍ଠ ଅଧିକାରୀ ଭାବେ  ସମ୍ବଲପୁରରେ  କାର୍ଯ୍ୟ କରୁଥିଲେ l ଗତ କୋଭିଡ ମହାମାରୀ ରେ ଗୁରୁତର ହୋଇ ଚିକିତ୍ସା ହୋଇ କେତେକା ଅଂଶରେ ଭଲ ହୋଇଥିଲେ ମଧ୍ୟ ଛାତିରେ ବେଳେ ଯନ୍ତ୍ରଣା ହୁଏ ବୋଲି ପରିବାର ପକ୍ଷରୁ ପ୍ରକାଶ କରିଛନ୍ତି l ଗତ ମଙ୍ଗଳବାର ଦିନ ଛାତିରେ ହଠାତ୍ ଯନ୍ତ୍ରଣା ହେବାରୁ ସେ ରାସ୍ତା ରେ ଟଳି ପଡ଼ିଥିଲେ l ତାଙ୍କୁ ସାଙ୍ଗେ ସାଙ୍ଗେ ସମ୍ବଲପୁର ରେଲୱେ ମେଡିକାଲ ରେ ଚିକିତ୍ସା କରାଯାଇଥିଲା l ରାତ୍ର ରେ ତାଙ୍କର ଅକାଳ ବିୟୋଗ ହୋଇଥିଲା l ତାଙ୍କ ପାର୍ଥୀବ ଶରୀର ଗ୍ରାମ ଗୁଡ଼ୁବଣି ରେ ପହଁଚିଵା ପରେ ବାପା, ମା,ଭାଇ ସୁବାଷ,ଚିତ୍ତରଞ୍ଜନ, ନିରଞ୍ଜନ, ହରିହର,ଦୁର୍ଯ୍ୟୋଧନ, ଦିବାକର, ପ୍ରଭାକର, ବାଇଧର ଓ ବାଲ୍ୟ ବନ୍ଧୁ ଆଲୋକ, ବାନା, ମୁନା, ଲିଙ୍ଗରାଜ ଓ କୈଳାଶ,ବନ୍ଧୁବର୍ଗ, ପରିବାର ଓ ଗ୍ରାମବାସୀ ମାନେ ଶେଷ ଦର୍ଶନ କଲାବେଳେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଯାହାକି ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା l ଏକ ଶୋଭାଯାତ୍ରା ରେ ତାଙ୍କ ପାର୍ଥୀବ ଶରୀର କୁ ଗ୍ରାମ ପରିକ୍ରମା କରାଯାଇଥିଲା l ପୁତ୍ର ତେଜେଶ୍ଵର ଓ ପୁତୁରା ସିଦ୍ଧେଶ୍ଵର (ଚାଇଁ ) ମୁଖାଗ୍ନି ଦେଇଥିଲେ l
Nalco
Leave A Reply