Odisha news

ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ବାଳକ , ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ

0

ବାରିପଦା  : ବାରିପଦା ଷ୍ଟାଡିୟମ ପଡିଆରେ ମୟୂରଭଞ୍ଜ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଓ ମୟୂରଭଞ୍ଜ ଏଥଲେଟିକ ଆସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୧୭ବର୍ଷରୁ କମ ବାଳକ/ବାଳିକା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ବାଳକ ବିଭାଗରେ ବାରିପଦା ଶାମାଖୁଣ୍ଟାକୁ ୧-୦ ଗୋଲରେ ପରାସ୍ତ କରିଥିବାବେଳେ ଶୁଲିଆପଦା କରଞ୍ଜିଆକୁ ୩-୦, ଖୁଣ୍ଟା ରାଇରଙ୍ଗପୁରକୁ ୧-୦, ଜାମଦା କୁଳିଅଣାକୁ ୨-୦, ବାଙ୍ଗିରିପୋଷି କୁସୁମୀକୁ ୨-୦ ଓ ବଡସାହି ଶୁକୃଳିକୁ ୫-୩ ଗୋଲରେ ପରାସ୍ତ କରିଛି । ସେହିପରି ବାଳିକା ବିଭାଗ ଖେଳରେ ଉଦଳା କପ୍ତିପଦାକୁ ୧-୦ ଗୋଲରେ ପରାସ୍ତ କରିଥିବାବେଳେ ଜାମଦା ଠାକୁରମୁଣ୍ଡାକୁ ୧-୦, ବାରିପଦା ଶୁଲିଆପଦାକୁ ୩-୦ ଓ କୁସୁମୀ ବିଜାତଳଓକୁ ୨-୦ ଗୋଲରେ ପରାସ୍ତ କରିଛି ଓ ବାଳକ ବିଭାଗ ଖେଳକୁ ପୂର୍ବତନ କ୍ରୀଡ଼ାବିତ କୁମାର ପଣ୍ଡା, ମଣ୍ଟୁ ଦା ଓ ପତି ମହାନ୍ତ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓ ଆଜିର ଖେଳକୁ ଯଶୋବନ୍ତ ମହାନ୍ତ, ବିଶ୍ୱନାଥ ଦାସ, ଅସିତ ବରୁଣ ପାଲ, ସିଲି ମାଝୀ, ଦିଲ୍ଲୀପ କୁମାର ସେନାପତି, କାପୁରା ମାଝୀ, ନିରଞ୍ଜନ ସିଂ ଦେଓ ସାଚେନ, ରଘୁ ହାଁସଦା, ସାଗେନ ମାଝୀ, ଜଗଜିତ ମାଝୀ ଓ ସୁଧାରଞ୍ଜନ ମହାକୁଡ ପରିଚାଳନା କରିଥିଲେ । ବାଳିକା ବିଭାଗ ଖେଳକୁ ବାରିପଦା ମୁ୍ୟନିସିପାଲିଟିର ଉପନଗରପାଳ ସୀମା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧ନଂ କାଉନ୍ସିଲର ସୁକେଶିନୀ ସେଠି, ୨ନଂ ର ଅନୁରାଧା ମହାନ୍ତି ଓ ୫ନଂ କାଉନ୍ସିଲର ପୂଜା ତରେଇ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଥିଲା ।

Nalco
Leave A Reply