କାକଟପୁର ୨୧/୩ କାକଟପୁର ଵ୍ଳକ ଅନ୍ତର୍ଗତ କାଦୁଆ ନୁଆଗାଁ ଗ୍ରାମ ପଞ୍ଚାୟତ ରେ ଚାଲିଥିବା NRGS ଯୋଜନାରେ ଗ୍ରାମ ରାସ୍ତା ଓ ପୋଖରୀ ଖୋଳା କାର୍ଯ୍ୟ ରେ ବ୍ୟାପକ ଅନିୟମିତତା ନେଇ ଵନ୍ଦ କରିଵାକୁ ପୁରୀ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଛନ୍ତି ପଂଚାୟତ ବାସି। ସେମାନଙ୍କ ଅଭିଯୋଗ ଅନୁଯାୟୀ ସରପଂଚ ଙ୍କ ସ୍ୱାମୀ ଓ ତାଙ୍କ ସମର୍ଥକମାନେ ଜଵ୍ କାର୍ଡ ଧାରି ଶ୍ରମିକ ଦ୍ୱାରା ରାସ୍ତା କାର୍ଯ୍ୟ ନ କରାଇ ରାତି ଅଧିଆ ମେସିନ ଦ୍ୱାରା ନିମ୍ନ ମାନର କାର୍ଯ୍ୟ କରୁଛନ୍ତି,ଏଵଂ ଯେଉଁ ସ୍ଥାନରେ ପୋଖରୀ ଖୋଳା ଯିବା କଥା ନହୋଇ ଗୋଚର ରେ ପୋଖରୀ ଖୋଳା ମେସିନ ଦ୍ୱାରା କରୁଛନ୍ତି ,ଯାହା ଫଳରେ ଜଵ୍ କାର୍ଡ ଧାରି ଦିନମଜୁରିଆ ହତାଶ ହୋଇ ବସିଛନ୍ତି। ଏହି କାର୍ଯ୍ୟ କୁ ପଂଚାୟତ ଵାସୀମାନେ ତ୍ରୀଵ ଵିରୋଧ କରିବା ସହ ତୁରନ୍ତ ଏହି କାର୍ଯ୍ୟ ବନ୍ଦ କରିଵା ପାଇଁ ପୁରୀଜିଲ୍ଲାପାଳ,ବ୍ଳକ ଵିଡିଓ, ପଂଚାୟତ ନିର୍ବାହୀ ଅଧିକାରୀ ଙ୍କ ନିକଟରେ ଦାବି କରିଛନ୍ତି। ପଂଚାୟତ ବାସୀ ଙ୍କ ପକ୍ଷରୁ ଦିବାକର ଜେନା, ମାଧବାନନ୍ଦ ପାତ୍ର, ମଧୁସୂଦନ ବାଉତ,ଦୁର୍ଯ୍ୟୋଧନ ପାତ୍ର, କପିଳ ଵରାଳ, କୃଷ୍ଣଚନ୍ଦ୍ର ସ୍ୱାଇଁ, ଜଚିନ୍ଦ୍ର ପାତ୍ର, କର୍ଣ୍ଣ ଜେନା, ଵଟ କାଣ୍ଡୀ, ବାଇଧର ଜେନା, ପ୍ରଫୁଲ୍ଲ କୁମାର ପ୍ରଧାନ, ନିରଞ୍ଜନ ପଣ୍ଡା, ଅମିୟ ବିଶ୍ୱାଳ, ମହେଶ୍ୱର ଵେହୁରା, ପ୍ରଶାନ୍ତ ପ୍ରଧାନ, ସୁରେନ୍ଦ୍ର ଵେହୁରା, ଗନ୍ଧର୍ବ ଵେହେରା ରଞୁଲତା ଵେହୁରା ଉମାକାନ୍ତ ମିର୍କାପ , ଚନି ଜେନା, ରାଜକିଶୋର ଵେହେରା, ଭ୍ରମର ଜେନା ପବିତ୍ର ସ୍ୱାଇଁ ସାହୁ ପ୍ରମୁଖ ଦାଵି କରିଛନ୍ତି। ଯଦି ତୁରନ୍ତ ଉକ୍ତ କାର୍ଯ୍ୟ ଓ ହୋଇଥିଵା କାର୍ଯ୍ୟ ର ଵିଲ୍ ବନ୍ଦ କରାନଯାଏ ତେବେ ଆଗାମୀ ଦିନରେ ଶତାଧିକ ପଂଚାୟତ ବାସୀ କାକଟପୁର ଵ୍ଳକ ଆଗରେ ଧାରଣା ଦେଵା ସହ ପୁରୀ କାକଟପୁର ରାସ୍ତା ଅବରୋଧ କରିଵା ପାଇଁ ଚେତାବନୀ ଦେବା ସହ ଉକ୍ତ କାର୍ଯ୍ୟ ର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।

Comments are closed.