ବାରିପଦା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣି ନିକଟ ଜଡବିଲ୍ ଗ୍ରାମ ଜଙ୍ଗଲ ନିକଟରେ ନିଆଁ ଲିଭାଉଥିବା ବେଳେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କର୍ମଚାରୀଙ୍କ ନିଆଁରେ ପୋଡି ମୃତୁ୍ୟ ହେବାପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାରୁ ପ୍ରକାଶ ଯେ, ଜଡବିଲ୍ ଗ୍ରାମ ଜଙ୍ଗଲ ନିକଟରେ ନୂତନ ଚାରା ଗଛ ଲାଗିଥିବାବେଳେ ଉକ୍ତ ଗ୍ରାମର ଯଦୁମଣୀ ମହାନ୍ତ(୬୦) ନାମକ ଜୈନେକ ବ୍ୟକ୍ତି ଦାୟିତ୍ୱରେ ଥିଲେ । ତେବେ ରବିବାର ଅପରାହ୍ନରେ ହଠାତ୍ ସେହି ଜଙ୍ଗଲରେ ନିଆଁ ଲାଗି ଯାଇଥିବାବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଯାଇ ନିଆଁରେ ପୋଡି ମୃତୁ୍ୟବରଣ କରିଥିଲେ ।
Comments are closed.