Odisha news

କଣାସରେ ବିଜେପି ଗୋଷ୍ଠି ମଧ୍ୟରେ ସଂଘର୍ଷ କର୍ମୀ ଲହୁଲୁହାଣ

କଣାସ : ପୁରୀ ଜିଲ୍ଲା କଣାସ ବ୍ଲକ ବିଜେପି ଦୁଇ ଗୋଷ୍ଠି ମଧ୍ୟରେ ସଙ୍ଘର୍ଷ ଘଟିବା ଯୋଗୁ ଏଥିରେ ପୂର୍ବତନ ସାହୁପଡା ମଣ୍ଡଳ ସଭାପତି ଲହୁଲୁହାଣ ହୋଇଥିବା ଜଣାପଡିଛି ।ଗୋଟିଏ ଗୋଷ୍ଠି ତାଙ୍କୁ ମାଡ ମାରିବା ସହ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ପୂର୍ବତନ ସତ୍ୟବାଦୀ ବିଜେପି ବିଧାୟକ ପ୍ରଥି ଓମ ପ୍ରକାଶ ମିଶ୍ର ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଗାଡିଶାଗୋଦା ଥାନାରେ ଅଭିଯୋଗ ହୋଇଛି । ଖବର ନେବାରେ ଜଣାପଡିଛି ବିଜେପି କୃଷକନେତା  ସୁରଥ ବିଶ୍ୱାଳଙ୍କ ମାତୃ ବିୟୋଗ ଘଟିଛି ।

ସମବେଦନା ଜଣାଇବା ପାଇଁ  ବିଜେପି ନେତାମାନେ ତାଙ୍କ ବାସଭବନ ଅଞ୍ଜିରା ଗ୍ରାମକୁ ଯାଉଛନ୍ତି ।ଶନିବାର ଦିନ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପତ୍ର ,ଓମ ପ୍ରକାଶ ମିଶ୍ର,କାମାକ୍ଷା ପ୍ରଧାନ,ବିଶ୍ଵଜିତ ବଡ଼ଜେନା ଓ ଅନ୍ୟାନ୍ୟ ବିଜେପି କର୍ମୀମାନେ  ରାତ୍ରୀ ୭.୩୦ ସମୟରେ ଅଞ୍ଜିରା ଗ୍ରାମକୁ ସାକ୍ଷାତ କରିବାକୁ ଯାଇଥିଲେ ।ଅଞ୍ଜିରା ଗ୍ରାମ ମୁଣ୍ଡରେ ଉଭୟ ଉଭୟ ଗୋଷ୍ଠି ମଧ୍ୟରେ ପାଟିତୁଣ୍ଡ ଯୁକ୍ତିତର୍କ ହୋଇଥିଲା କାମାକ୍ଷା ପ୍ରଧାନକୁ ନେଇ ।ଅଭିଯୋଗକାରୀ ଜିଷ୍ନୁଜୟ ମତଗଜସିଂହ  ଦର୍ଶାଇଛନ୍ତି ମୁଁ  ଅଞ୍ଜିରା ଠାରୁ ଫେରୁଥିବା ସମୟରେ ବକୁ ଛକ ନିକଟରେ ଓମ ପ୍ରକାଶ ମିଶ୍ର ଓ ତାଙ୍କର ୩୦ଜଣ ସମର୍ଥକ  ମତେ ଅଟକାଇ ଗାଳିଗୁଲଜ କରିବା ସହ ଧକା ମାରି ତଣ୍ଟି ଚିପି ମୋବେକରୁ ଏକ ସୁନା ଚେନ ଓ ପକେଟରୁ ୨୭୦୦ଟଙ୍କା ଛଡାଇ ନେଲେ ।

ଏହି ସମୟରେ ଏକ ଖଣ୍ଡାରେ ଆକ୍ରମଣ କରିବାରୁ ମୋର ମୁଣ୍ଡ ଏବଂ ନାକରେ ଆଘାତ ଲାଗିଛି ।ଆକ୍ରମଣକାରୀ ଓଡ଼ି ୦୨ବିଏଚ୫୫୧୭ ଏବଂ ଓଡ଼ି ୩୩ଏଏ ୦୯୧୬ଦୁଇଟି ଚାରି ଚକିଆ ଜାନ ଓ ମଟର ସାଇକେଲ ରେ ଆସିଥିବା ଥାନାରେ ଅଭିଯୋଗ ହୋଇଛି ।ଏହି ଦୁଇ ଗୋଷ୍ଠି ମଧ୍ୟରେ ଦୀର୍ଘଦିନ ହେବ ଛକାପଞ୍ଝା ଲାଗିରହିଥିବା ଅଞ୍ଚଳରେ ଚର୍ଚ୍ଚା ଜୋର  ଧରିଛି ।କାମାକ୍ଷା ଓ ଓମ ପ୍ରକାଶ  ଦୁଇ ଜଣ ନେତା ଜଣେ କୃଷକମୋର୍ଚା ନେତା ହୋଇଥିବା ବେଳେ ଆଉ ଜଣେ ବିଗତ ନିର୍ବାଚନରେ ସତ୍ୟବାଦୀରୁ ବିଧାୟକ ପ୍ରଥିହୋଇ ପରାଜିତ ହୋଇଥିଲେ ।ସୋସିଆଲ ମିଡିଆରେ କିଛିଦିନହେବ ଦୁଇଗୋଷ୍ଟି ମଧ୍ୟରେ ବେଶ ଆରୋପ ପତ୍ୟାରୋପ ଲାଗିରହିଛି ।ଏଥିରୁ ବିରୋଧୀ ଗୋଳିଆ ପାଣିରୁ ଫାଇଦା ଉଠାଉଛନ୍ତି ବୋଲି ଚର୍ଚ୍ଚା ଜୋରଧରିଛି ।ଆଗାମୀ ଦିନରେ ସତ୍ୟବାଦୀ କଣାସ ଅଂଚଳରେ ବିଜେପି ସ୍ଥିତି କଣ ହେଉଛି ତାହାକୁ ଅପେକ୍ଷା ।

Comments are closed.