Odisha news

ଘର ସାମ୍ନାରେ ଯଦି ଜୋତା ଚପଲ ଓଲଟାଇ ରଖୁଛନ୍ତି ତେବେ ଏହା ଦେଇଥାଏ ଅଶୁଭ ସଂକେତ, ରୁହନ୍ତୁ ସତର୍କ

0

ଘର ଭିତରେ ହେଉ କି ଘର ବାହାରେ ଜୋତା ଚପଲ ଓଲଟା ରଖିବା ଉଚିତ ନୁହେଁ l କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି କାହିଁକି ଓଲଟାଇ ରଖିବା ଉଚିତ ନୁହେଁ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘର ଭିତରେ ଓ ବାହାରେ ଜୋତା ଚପଲ ଓଲଟାଇ ରଖିବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ଆସିବାର ଅଧିକ ସମ୍ଭାବନା ରହିଥାଏ l

* ଘର ଭିତରେ କିମ୍ବା ବାହାରେ ଜୋତା ଚପଲ ଓଲଟାଇ ରଖିବା ଦ୍ୱାରା ଗୃହ କ୍ଳେଶ ଦେଖା ଦେଇଥାଏ ଓ ମାତା ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

* ଏହି ସଂକେତ ଭାତୃ ବିବାଦକୁ ଟାଣି ଆଣିଥାଏ l ତେଣୁ ଯେବେବି ଦେଖୁଛନ୍ତି ଓଲଟାଇ ହୋଇ ରହିଛି ଜୋତା କି ଚପଲ ତୁରନ୍ତ ତାକୁ ଠିକ କରି ଦିଅନ୍ତୁ l

* କେବେବି ଯଦି ଦେଖୁଛନ୍ତି ଘରର ମୁଖ୍ୟ ଦ୍ୱାରରେ ଜୋତା ଚପଲ ଓଲଟା ହୋଇ ପଡିଛି ତେବେ ତୁରନ୍ତ ସିଧା କରିଦେବେ l ଶାସ୍ତ୍ର ଅନୁସାରେ ଏହା ରୋଗ, ଦୁଃଖ ମାଡି ଆସିଥାଏ , ତେଣୁ ଏପରି ଯେବେବି ଦେଖୁଛନ୍ତି ତୁରନ୍ତ ସିଧା କରି ନିଅନ୍ତୁ l

* ମାନ୍ୟତା ରହିଛି ଯେ ଘର ଭିତରେ ଯଦି ଚପଲ ଓଲଟା ରହିଛି ତେବେ ଏହା ମାନସିକ ଚିନ୍ତା ବୃଦ୍ଧି କରିଥାଏ ଓ ଏହା ଶନିଦେବ ଙ୍କ କୋପ କୁ ଟାଣି ଆଣିଥାଏ l

* ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଜୋତା ଚପଲ ଘରେ କିମ୍ବା ଘର ବାହାରେ କଦାପି ରଖିବା ଉଚିତ ନୁହେଁ l ଏହା ଘରର ନକାରାତ୍ମକ ଉର୍ଜା କୁ ଟାଣି ଆଣିଥାଏ l ଏହା ପରିବାରର ସୁଖ ଶାନ୍ତି ରେ ବାଧା ପକାଇଥାଏ l

Nalco
Leave A Reply