ଆମ ଦୈନନ୍ଦିନ ଖାଦ୍ୟରେ କିଛିଟା ଏପରି ସସ୍ୟକୁ ସାମିଲ କରିବା ଆବଶ୍ୟକ , ଯାହା ଆମକୁ ଅଧିକାଂଶ ରୋଗଠାରୁ ରକ୍ଷା କରିବା ସହିତ ଆମ ଶରୀରକୁ ମଧ୍ୟ ସୁସ୍ଥ ରଖି ଥାଏ l ଏହି ଶସ୍ୟ ଗୁଡିକ ଅନ୍ତକୁ ସୁସ୍ଥ ରଖିବା ସହିତ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ l ଆଜି ଆମେ ଆପଣଙ୍କୁ ଏପରି ସିଡ୍ସ ବିଷୟରେ କହିବୁ ଯାହାକୁ ଆପଣ ନିହାତି ସାମିଲ କରିବା ଜରୁରୀ l
– ଚିୟା ସିଡ୍ସ : ଚିୟା ସିଡ୍ସ ରେ ଓ଼ମେଗା 3 ଫ୍ୟାଟି ଏସିଡ ଭରପୁର ମାତ୍ରା ରେ ରହିଛି l ଏହା ଆମର କୋଲେଷ୍ଟ୍ରଲ ଠିକ କରିବା ସହିତ ପାଚନ ସମସ୍ୟାକୁ ମଧ୍ୟ ଠିକ ରଖିଥାଏ l ଯାହା ହୃଦୟ ରୋଗ ଓ କ୍ୟାନ୍ସର ଠାରୁ ମଧ୍ୟ ଦୂରେଇ ରଖିଥାଏ l
– ଅଳସି ବା ମିରିକାଳୀ ସିଡ୍ସ : ଏହା ଓ଼ମେଗା 3 ଫ୍ୟାଟି ଏସିଡ ଓ ଫାଇବର ରେ ଭରପୁର ଅଟେ l ତା ସହିତ ଅନ୍ୟ ଖଣିଜ ମଧ୍ୟ ରହିଛି l ଏହା କୋଲେଷ୍ଟ୍ରଲ ସ୍ତର କୁ କମାଇବା ସହିତ ହାର୍ଟ କୁ ମଧ୍ୟ ସୁରକ୍ଷିତ ରଖିଥାଏ l
– ରାଶି ବା ତିଲ : ଏଥିରେ ଜିଙ୍କ, ସେଲେନିୟମ, କପର, ଆଇରନ, ଭିଟାମିନ ବି ଭଳି ଅନେକ ପୋଷାକ ତତ୍ୱ ରହିଛି l ରାଶି କ୍ୟାନ୍ସର ର ବିପଦକୁ ମଧ୍ୟ କମ କରିଥାଏ l ପ୍ରତିଦିନ ସେବନ କରିବା ଦ୍ୱାରା ମଧୁମେହ ଓ ହୃଦଘାତ ସମ୍ବନ୍ଧୀୟ ସମସ୍ୟା କମ ହୋଇଥାଏ l
– କଖାରୁ ମଞ୍ଜି : କଖାରୁ ମଞ୍ଜିରେ ଫସଫରସ ଓ ମଗ୍ନେଶୀୟମ ମିଳିଥାଏ l ଯାହା ହୃଦଘାତ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ସହିତ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ କରିଥାଏ l
– ସୂର୍ଯ୍ୟମୁଖୀ ମଞ୍ଜି : ସୂର୍ଯ୍ୟମୁଖୀ ମଞ୍ଜି ରେ ମୋନୋସାଚୁରେଟେଡ଼ ଫ୍ୟାଟ, ଭିଟାମିନ ଇ ଓ ପ୍ରୋଟିନ ରହିଥାଏ l ଏହି ମଞ୍ଜିକୁ ସାଲାଡ଼ ରେ ଦହି ସହିତ ମିଶାଇ ସେବନ କରିବା ଦ୍ୱାରା ଅନ୍ତ କୋଷ ସୁସ୍ଥ ରହିଥାଏ l
