Odisha news

ଗବେଷକଙ୍କ ମତ : ବଢୁଥିବା ପ୍ରଦୂଷଣ ଆପଣଙ୍କୁ ଏହିସବୁ ରୋଗ ଦ୍ୱାରା କରାଇପାରେ ଆକ୍ରାନ୍ତ, ସମୟ ଥାଉ ଥାଉ ହୋଇ ଯାଆନ୍ତୁ ସତର୍କ

0

ଆଜିକାଲି ଆମ ଜଳବାୟୁ ଖୁବ ପ୍ରଦୂଷିତ ହେଉଛି l ଯାହାଦ୍ୱାରା ଅନେକ ଲୋକ ରୋଗଗ୍ରସ୍ତ ହେଉଛନ୍ତି l ଏହି ରୋଗ ମାନଙ୍କ ମଧ୍ୟରେ ଆସ୍ଥମା, ମୋଟାପଣ. ଫୁସ୍ଫୁସ ସହିତ ଯୋଡି ହୋଇଥିବା ଗମ୍ଭୀର ସମସ୍ୟା ଦ୍ୱାରା ଆମେମାନେ ଆକ୍ରାନ୍ତ ହେଉଚୁ l ଆସନ୍ତୁ ଜାଣିବା ଏପରି କିଛି ରୋଗ ବିଷୟରେ ଯାହା ବଢୁଥିବା ପ୍ରଦୂଷଣ ଯୋଗୁଁ ଆକ୍ରାନ୍ତ କରାଇ ଥାଏ l

– ଗବେଷକ ଙ୍କ ମତରେ ବାୟୁ ପ୍ରଦୂଷଣ ଦ୍ୱାରା ହାର୍ଟ ରୋଗ ହେବାର ସମ୍ଭାବନା ରହିଥାଏ l ଯେପରିକି ନିଶ୍ୱାସ ଦ୍ୱାରା ବିଷାକ୍ତ ପଦାର୍ଥ ଆମ ଶରୀରକୁ ଯାଇଥାଏ ଓ ହାର୍ଟ କୁ ମଧ୍ୟ ପ୍ରଭାବିତ କରିଥାଏ l

– ଖସି କରି ପ୍ରଦୂଷିତ ବାୟୁ ଫୁସ୍ଫୁସ ଉପରେ ଗଭୀର ପ୍ରଭାବ ପକାଇ ଥାଏ ଓ ଫୁସ୍ଫୁସ କୁ ଆକ୍ରାନ୍ତ କରି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ l ତେଣୁ ଏଥିରୁ ରକ୍ଷା ପାଇବା ଆବଶ୍ୟକ l

– ଜଳ ଓ ବାୟୁ ପ୍ରଦୂଷଣ ଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ଅଧିକ ରହିଥାଏ l ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ମତରେ ପ୍ରଦୂଷିତ ବାୟୁ ଲଙ୍ଗସ କ୍ୟାନ୍ସର ଦ୍ୱାରା ଅଧିକ ପ୍ରଭାବିତ କରିଥାଏ l

– ବାୟୁ ପ୍ରଦୂଷଣ ଦ୍ୱାରା ଫୁସଫୁସ ଖୁବ ଅଧିକ ପ୍ରଭାବିତ ହୋଇଥାଏ l ଯାହାଦ୍ୱାରା ଥଣ୍ଡା, ଶ୍ୱାସ, ଗଳାରେ କଫ ସମସ୍ୟା ନିୟମିତ ଦେଖା ଦେଇଥାଏ l ଯାହା ଗୋଟିଏ ଭାବରେ ଫୁସଫୁସ ଓ ଶ୍ୱାସନଳୀ କୁ ଗଭୀର ମାତ୍ରାରେ ପ୍ରଭାବିତ କରିଥାଏ l

– ଜଳ ଓ ବାୟୁ ଉଭୟ ପ୍ରଦ୍ୟୁସିତ ହେବା ଦ୍ୱାରା ଫୁଡ ପଏଜନିଙ୍ଗ, ପାଚନ ସମସ୍ୟା ର ବିପଦ ଦେଖିବାକୁ ମିଳିଥାଏ l ତାହା ସହିତ ତ୍ୱଚାରେ ବିଭିନ୍ନ ଇନଫେକ୍ସନ ମଧ୍ୟ ଦେଖା ଦେଇଥାଏ l

Nalco
Leave A Reply