Odisha news

୧୦ଟି ରୋଗର ଔଷଧ ଏହି ଗୋଟିଏ ମସଲା , ଯାହା ଆଜି ବିଜ୍ଞାନ ଯୁଗରେ ମଧ୍ୟ ଗ୍ରହଣୀୟ

0

ଶୀତଋତୁ ଆରମ୍ଭ ହେବା ମାତ୍ରକେ ଗଳା କାଟିବା, ସର୍ଦି, କାଶ, ଭାଇରଲ ଇନଫେକ୍ସନ ଭଳି ସମସ୍ୟା ସାଧାରଣ ଅଟେ l ଏହା ତାପମାତ୍ରା ହ୍ରାସ କାରଣରୁ ଇମ୍ୟୁନିଟି ଦୁର୍ବଳ ହୋଇ ହୋଇଥାଏ l ଏପରି ସ୍ଥିତିରେ ଭାରତୀୟ ରୋଷେଇ ଘରର ସାମାନ୍ୟ ମସଲା ଜୁଆଣି ରାମବାଣ ଭଳି କାମ କରିଥାଏ l

ଜୁଆଣି ର ସ୍ଵଭାଵ ଗରମ ଅଟେ, ଯାହାକି ସର୍ଦି-କାଶ ଭଳି ସମସ୍ୟାରୁ ଆରମ୍ ଦେଇଥାଏ l ଜୁଆଣି ର ଉପଯୋଗ କେବଳ ଶାରୀରିକ ସମସ୍ୟାକୁ ଦୂର କରି ନଥାଏ, ବରଂ ଏହା ପାଚନ , ଓଜନ ହ୍ରାସ, ଇମ୍ୟୁନିଟି ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ l

ଶୀତଋତୁ ରେ ଜୁଆଣି –
ଗଳା କିଚ କିଚ ହେଉ କି ଫୁଲି ଥାଉ ସାମାନ୍ୟ ଜୁଆଣି କୁ ନେଇ ଉଷୁମ ପାଣିରେ ଖାଇବା ଦ୍ୱାରା ଆରାମ ମିଳିଥାଏ, ଜୁଆଣି ସେବନ ଦ୍ୱାରା ଶରୀର ଭିତରୁ ଗରମ ରହିଥାଏ l ଶୀତଋତୁ ରେ ବିଭିନ୍ନ ଥଣ୍ଡା ଜନିତ ସଂକ୍ରମଣ ରୁ ମଧ୍ୟ ରକ୍ଷା କରେ l

ପାଚନ ରେ ସୁଧାର –
ଶୀତଋତୁ ରେ ପାଚନ କ୍ରିୟା ଖୁବ ଧୀର ହୋଇଯାଏ, ଯାହାଦ୍ୱାରା ଗ୍ୟାସ, ଏସିଡ଼ିଟି, ସହିତ ଅନେକ ଯନ୍ତ୍ରଣା ଦେଖା ଦେଇଥାଏ l ଏହା ପେଟ ର ଅମ୍ଳ କୁ ହ୍ରାସ କରିଥାଏ l ଏବଂ ଏସିଡ଼ିଟି ସମସ୍ୟା ରୁ ମଧ୍ୟ ଆରାମ ଦେଇଥାଏ l

ଓଜନ ହ୍ରାସ –
ଓଜନ ହ୍ରାସ ପାଇଁ ଜୁଆଣି ଖୁବ ହିତକର, ଏହା ଶରୀରର ମେଟାବୋଲିଯିମ କୁ ବୃଦ୍ଧି କରିଥାଏ l ଯାହାଦ୍ୱାରା ଶରୀରର ଫ୍ୟାଟ ବର୍ନ ହୋଇଥାଏ l ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନିୟମିତ ସକାଳୁ ଉଷୁମ ପାଣିରେ ସାମାନ୍ୟ ଜୁଆଣି ସେବନ କରନ୍ତୁ l

ଇମ୍ୟୁନିଟି ମଜବୁତ କରେ –
ଶୀତଋତୁ ରେ ବିଭିନ୍ନ ସଂକ୍ରମଣ ଦେଖିବାକୁ ମିଳିଥାଏ, କିନ୍ତୁ ଜୁଆଣି ଇମ୍ୟୁନିଟି ବୁଷ୍ଟ କରିବାରେ ଖୁବ ପ୍ରଭାବଶାଳୀ l ଏହାକୁ ସେବନ କରିବା ଦ୍ୱାରା ପ୍ରାକୃତିକ ଭାବରେ ଇମ୍ୟୁନିଟି ବୃଦ୍ଧି ହୋଇଥାଏ l ଜୁଆଣି ନିୟମିତ ସେବନ ଦ୍ୱାରା ଶୀତଋତୁ ରେ ହେଉଥିବା ସଂକ୍ରମଣ ରୁ ରକ୍ଷା ମିଳିଥାଏ l

Leave A Reply