କେଶ ତ୍ୱଚା ଭଳି ମହିଳା ମାନେ ନଖର ମଧ୍ୟ ଯତ୍ନ ନେଇ ଥାଆନ୍ତି l ସେଥିପାଇଁ ବଜାରରେ ମିଳୁଥିବା ପେଡିକିଓର ଓ ମେନିକିଓର ବିଭିନ୍ନ ପ୍ରଡକ୍ଟ ର ବ୍ୟବହାର କରି ଥାଆନ୍ତି l ଆଜିକାଲି ବିଶେଷ ଭାବରେ ବିଭିନ୍ନ ପ୍ରକାର ନେଲ ପ୍ରଡକ୍ଟସ କୁ ମଧ୍ୟ ନିଜ ନଖରେ ବ୍ୟବହାର କରୁଛନ୍ତି l ଅଧିକାଂଶ ମହିଳା ହାତ ଏବଂ ଗୋଡ଼ ର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନେଲ ପଲିସ ଅର୍ଥାତ ନେଲ ପେଣ୍ଟସ ର ବ୍ୟବହାର କରୁଛନ୍ତି l
ବଜାରରେ ଅଲଗା ଅଲଗା ରଙ୍ଗର ନେଲ ପଲିସ ଖୁବ ସହଜରେ ମିଳି ଯାଇଥାଏ l ଯାହାକୁ ମହିଳା ମାନେ ଖୁବ ସଉକ ରେ ଲଗାଇ ଥାଆନ୍ତି l କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ନେଲ ପଲିସ ଆପଣଙ୍କ ଜୀବନ ପାଇଁ ବିପଦ ପୁର୍ଣ ହୋଇପାରେ l ଏହାର ହାନି କାରକ ପ୍ରଭାବ ଶରୀରର ଅନେକ ଅଂଶ ରେ ପଡିଥାଏ l ଆସନ୍ତୁ ଆଜି ଜାଣିବା ନେଲ ପଲିସ କାହିଁକି ହାନି କାରକ l
ନେଲ ପଲିସ ରେ ରହିଥାଏ ହାନି କାରକ କେମିକାଲସ –
– ଯେପରିକି ଟୋଲ୍ୟୁନି
– ଫର୍ମଲଡୀହାଇଡ଼
– କେମ୍ଫର
– ଡିପ୍ରପାଇଲ ଥେଲେଟ
ନେଲ ପଲିସ ଲଗାଇବାର ସାଇଡ ଇଫେକ୍ଟ –
– ନେଲ ପଲିସ ଲଗାତାର ଲଗାଇବା ଦ୍ୱାରା ନଖ ର ପ୍ରାକୃତିକ ରଙ୍ଗ ଖରାପ ହୋଇଯାଇ ଥାଏ l
– ଜେଲ ନେଲ ପଲିସ କୁ ନଖରେ ଲଗାଇଲେ ସୂର୍ଯ୍ୟ ଙ୍କ ୟୁଭି କିରଣ ଦ୍ୱାରା ସ୍କିନ କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ l
– ନଖ ଫାଟିବା ସହିତ ବ୍ୟାକ୍ଟେରିଆ ରେ ସଂକ୍ରମିତ ହୋଇଥାଏ l
– ନେଲ ପଲିସ ଦ୍ୱାରା ସ୍କିନ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l
– ନେଲ ପଲିସ ଦ୍ୱାରା ହାର୍ଟ ସମ୍ବନ୍ଧିତ ସମସ୍ୟା ମଧ୍ୟ ହୋଇଥାଏ l
– ଅନେକ ଅଧୟନ ରେ କୁହ ଯାଇଛି ଯେ କେମିକାଲଶ ଯୁକ୍ତ ନେଲ ପଲିସ କ୍ୟାନ୍ସର ର କାରଣ ହୋଇଥାଏ l
– ନେଲ ପଲିସ ଦୀର୍ଘଦିନ ପର୍ଯ୍ୟନ୍ତ ନଖରେ ଲଗାଇ ରଖିବା ଉଚିତ ନୁହେଁ l