Odisha news

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

0

– ବ୍ୟବସାୟ ପ୍ରତିନିଧି (ବିଜିନେସ କରେସପଣ୍ଡେଣ୍ଟଟଚ୍ ପଏଣ୍ଟରେ କ୍ୟୁଆର (ଛଜକୋଡ୍ ସ୍କାନ କରି ଏବେ ଡେବିଟ୍ କାର୍ଡ ବିନା ନଗଦ ଉଠାଣ କରାଯାଇପାରିବ

– ଏହି ପଦକ୍ଷେପ ଗ୍ରାମୀଣ ଏବଂ ଅର୍ଦ୍ଧସହରୀ ଅଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବ।

ମୁମ୍ବାଇ: ଜିଓ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ ଏକ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ ନେଇ ଘୋଷଣା କରିଛି। ଏହି ସେବା ଅଧୀନରେ, ଗ୍ରାହକମାନେ ଏବେ ବ୍ୟବସାୟ ପ୍ରତିନିଧି (ବିଜିନେସ କରେସପଣ୍ଡେଣ୍ଟ) ଟଚ୍ ପଏଣ୍ଟରେ କ୍ୟୁଆର କୋଡ୍ ସ୍କାନ କରି ନଗଦ ଉଠାଣ କରିପାରିବେ। ଏହାର ଅର୍ଥ ହେଉଛି ଗ୍ରାହକମାନେ ଡେବିଟ୍ କାର୍ଡ କିମ୍ବା ପାରମ୍ପରିକ ଏଟିଏମ ଉପଲବ୍ଧ ନଥିଲେ ମଧ୍ୟ ସେମାନଙ୍କ ଟଙ୍କା ଉଠାଇପାରିବେ।

ଜିଓ ପେମେଣ୍ଟସ୍ ବ୍ୟାଙ୍କ ଅନୁଯାୟୀ, ଏହି ନୂତନ ସେବା ବିଶେଷ ଭାବରେ ଗ୍ରାମୀଣ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳର ଗ୍ରାହକମାନଙ୍କୁ ଧ୍ୟାନରେ ରଖି ଆରମ୍ଭ କରାଯାଇଛି, ଯେଉଁ ଅଞ୍ଚଳରେ ଏଟିଏମ ଉପଲବ୍ଧତା ସୀମିତ ରହିଛି। ଗ୍ରାହକମାନେ ସେମାନଙ୍କର ୟୁପିଆଇ ଆପ୍ ମାଧ୍ୟମରେ କାରବାରକୁ ଅନୁମୋଦନ କରି ସହଜରେ ନଗଦ ଉଠାଣ କରିପାରିବେ।

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ଯେ କାର୍ଡଲେସ୍ ନଗଦ ଉଠାଣ ସୁବିଧା ଡିଜିଟାଲ୍ ପେମେଣ୍ଟ ଏବଂ ନଗଦ ବ୍ୟବହାର ମଧ୍ୟରେ ରହିଥିବା ଦୂରତାକୁ ହ୍ରାସ କରିବ, ଏବଂ ପ୍ରଥମ ଥର ପାଇଁ ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରୁଥିବା ଉପଭୋକ୍ତାମାନଙ୍କୁ ଏକ ସୁରକ୍ଷିତ ଏବଂ ସହଜ ୟୁପିଆଇ ଅନୁଭୂତି ପ୍ରଦାନ କରିବ।

ବ୍ୟାଙ୍କ ଅନୁଯାୟୀ ଏହାର ଡିଜିଟାଲ୍ ପେମେଣ୍ଟ ଭିତ୍ତିଭୂମି ଏବଂ ଶେଷ-ମାଇଲ୍ ବ୍ୟବସାୟ ପ୍ରତିନିଧି ନେଟୱାର୍କକୁ ଉପଯୋଗ କରି, ଏହି ପଦକ୍ଷେପ ସାରା ଦେଶରେ ବ୍ୟାଙ୍କିଂ ସେବାକୁ ପହଞ୍ଚାଇବା, ନଗଦ-ନିର୍ଭରଶୀଳ ବର୍ଗଙ୍କ ପାଖରେ ୟୁପିଆଇ ଉପଲବ୍ଧ କରାଇବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Leave A Reply