ଓଡ଼ିଶାରେ ଜୟଯାତ୍ରା ଜାରି ରଖି ଜିଓ ଜୁଲାଇରେ ରାଜ୍ୟରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ି ଏକ ନମ୍ବର ସ୍ଥାନକୁ ସୁଦୃଢ଼ କରିଛି : ଟ୍ରାଇ ତଥ୍ୟ
ଶିକ୍ଷା କ୍ଷେତ୍ରରେ ଟ୍ରୁ ୫ଜିର ବିପୁଳ ପରିବର୍ତନଶୀଳ ସମ୍ଭାବନାକୁ ଉପଯୋଗ କରି ଜିଓ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରରେ ଜିଓ ଟ୍ରୁ- ୫ଜି ପରିବର୍ତନ ଯାତ୍ରା ଆରମ୍ଭ କରିଛି । ଦ୍ରୁତ ଏବଂ ବିଶ୍ୱସନୀୟ ସଂଯୋଗ ପ୍ରଦାନ କରି, ଜିଓ ଟ୍ରୁ- ୫ଜି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉନ୍ନତ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରୁଛି ଏବଂ ଶିକ୍ଷକମାନଙ୍କୁ ସେମାନଙ୍କର ସର୍ବୋତମ ପ୍ରଦର୍ଶନ କରିବା ଲାଗି ସଶକ୍ତ କରୁଛି । ଯେହେତୁ ଅଧିକ ଶିକ୍ଷାନୁଷ୍ଠାନ ଏହି ଜ୍ଞାନକୌଶଳକୁ ଆପଣାଉଛନ୍ତି ଏହା ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବାର କ୍ଷମତା ରଖିଛି, ଯାହା ଜ୍ଞାନ ଆଦାନପ୍ରଦାନ, ନବସୃଜନ ଏବଂ ସହଯୋଗ ପାଇଁ ଅସୀମ ସମ୍ଭାବନା ଉନ୍ମୁକ୍ତ କରିବ । ସମଗ୍ର ଭାରତରେ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ଡିଜିଟାଲ କରିବା ପାଇଁ ଜିଓର ପ୍ରତିବଦ୍ଧତା ଶିକ୍ଷାକୁ ପ୍ରୋତ୍ସାହିତ କରୁଥିବା ବେଳେ ପରବର୍ତୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ଏହାର ସମର୍ପଣ ଭାବକୁ ପ୍ରଦର୍ଶିତ କରୁଛି ।