Odisha news

ଜିଓ ତୃତୀୟ ତ୍ରୟମାସରେ ୫୨.୬% ରାଜସ୍ୱ ବଜାର ଅଂଶ ସହ ଓଡିଶାରେ ଅଗ୍ରଣୀ ସ୍ଥିତିକୁ ଆହୁରି ସଦୃଢ଼ କରିଛି: ଟ୍ରାଇ ରିପୋର୍ଟ

0

ଭୁବନେଶ୍ୱର: ଓଡ଼ିଶା ବଜାରର ସବୁଠୁ ପସନ୍ଦର ସେବା ପ୍ରଦାନକାରୀ ଭାବେ ନିଜର ଅଗ୍ରଣୀ ସ୍ଥାନକୁ ବଜାୟ ରଖି ରିଲାଏନ୍ସ ଜିଓ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ବଜାର ଅଂଶର ୫୨.୬ ପ୍ରତିଶତ ସହିତ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଥିବା ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ତରଫରୁ ୨୦୨୦ ଅକ୍ଟୋବର-ଡିସେମ୍ବର ତ୍ରୟମାସ ଲାଗି ଜାରି କରାଯାଇଥିବା ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି ।

ଓଡ଼ିଶାରେ ଜିଓ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ବଜାର ଅଂଶର ୫୨.୬% ଅଂଶ ହାସଲ କରିଛି ଏବଂ ତାହା ଭାରତର ସମସ୍ତ ଟେଲିକମ୍ ସର୍କଲ୍ ମଧ୍ୟରେ ସର୍ବାଧିକ ରହିଥିବା ଟ୍ରାଇ ପ୍ରକାଶ କରିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ଏହି ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଓଡ଼ିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱରେ ପୂର୍ବ ତ୍ରୟମାସ ତୁଳନାରେ ୪ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ରିଲାଏନ୍ସ ଜିଓ ମୋଟ ରାଜସ୍ୱରେ ପ୍ରାୟ ୬% ବୃଦ୍ଧି ହାସଲ କରିଛି ଏବଂ ଏହା ପଛକୁ ଏୟାରଟେଲ୍ ୪ ପ୍ରତିଶତ ବୃଦ୍ଧି ହାସଲ କରିଛି । ୱି (ପୂର୍ବରୁ ଭୋଡାଫୋନ୍ ଆଇଡିଆ ଥିଲା) ଏବଂ ବିଏସ୍‌ଏନ୍‌ଏଲ୍‌ର ରାଜସ୍ୱ ଏହି ଅବଧିରେ ହ୍ରାସ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହା ସହିତ ଓଡ଼ିଶାରେ ଟେଲିକମ୍ ରାଜସ୍ୱ ବଜାର ଅଂଶରେ ୫୨.୬% ସହିତ ଜିଓ ସର୍ବାଗ୍ରେ ରହି ନିଜର ନେତୃତ୍ୱ ସ୍ଥିତିକୁ ଅଧିକ ମଜଭୁତ କରିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍‌ର ୩୫.୬%ୱି ର ୬.୨% ଓ ବିଏସ୍‌ଏନ୍‌ଏଲ୍‌ର ରାଜସ୍ୱ ବଜାର ଅଂଶ ୫.୩% ରହିଛି ।

ଋିପୋର୍ଟ ଅନୁଯାୟୀଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଓଡ଼ିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ୧୨୭୨ କୋଟି ଟଙ୍କା ହୋଇଥିବା ବେଳେ ଏଥିରେ ଜିଓର ଭାଗ ସର୍ବାଧିକ ୬୬୯.୭ କୋଟି ଟଙ୍କା ରହିଛି ଏବଂ ଏହା ପଛକୁ ଭାରତୀ ଏୟାରଟେଲ୍‌ର ୪୫୨.୯ କୋଟି ଟଙ୍କାୱି (ଭୋଡାଫୋନ୍ ଆଇଡିଆ) ର ୭୯ କୋଟି ଟଙ୍କା ଓ ବିଏସ୍‌ଏନ୍‌ଏଲ୍‌ର ୬୭ କୋଟି ଟଙ୍କା ରହିିିଛି ।

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ପ୍ରତିମାସରେ ରିଲାଏନ୍ସ ଜିଓ ଓଡିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଯୋଡିବା ସହିତ ୨୦୨୦ ଡିସେମ୍ବରରେ ପ୍ରାୟ ୨ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ଥିବା ନିକଟରେ ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଗ୍ରାହକ ତଥ୍ୟ ସମ୍ପର୍କିତ ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୨୦ ବର୍ଷରେ ଓଡ଼ିଶାରେ ଜିଓ ୧୯ ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିଥିବା ବେଳେ ଉଭୟ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ପ୍ରତ୍ୟେକ ଏହି ସମୟରେ ୯ ଲକ୍ଷ ଲେଖାଁଏ ଗ୍ରାହକ ହରାଇଛନ୍ତି । ଓଡ଼ିଶାରେ ୧.୩୭ କୋଟି ମୋବାଇଲ୍ ଗ୍ରାହକଙ୍କ ସହ ରିଲାଏନ୍ସ ଜିଓ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍‌ର ୧.୦୮ କୋଟିବିଏସ୍‌ଏନ୍‌ଏଲ୍‌ର ୬୪.୧୪ ଲକ୍ଷ ଏବଂ ୱିର ୨୫.୩୬ ଲକ୍ଷ ଗ୍ରାହକ ରାଜ୍ୟରେ ରହିଛନ୍ତି ।

Leave A Reply