Odisha news

ନଭେମ୍ବରରେ ୪ଜି ଡାଉନଲୋଡ ସ୍ପିଡ୍‌ରେ ଜିଓ ଦ୍ରୁତତମ ନେଟୱର୍କ: ଟ୍ରାଇ ତଥ୍ୟ

0

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ୪ଜି ଡାଉନଲୋଡ୍‌ ସ୍ପିଡ ତାଲିକାରେ ଚଳିତ ବର୍ଷ ନଭେମ୍ବରରେ ୪ଜି ଡାଉନଲୋଡ୍‌ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୮ ମେଗାବିଟ୍‌ (ଏମବିପିଏସ୍‌) ସ୍ପିଡ୍‌ ସହିତ ପୁଣିଥରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଉଲ୍ଲେଖ କରାଯାଇଛି ।

ନଭେମ୍ବର ମାସରେ ଜିଓ ହାସଲ କରିଥିବା ହାରାହାରି ୪ଜି ଡାଉନଲୋଡ୍‌ ସ୍ପିଡ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ମାନଙ୍କଠାରୁ ଦୁଇଗୁଣରୁ ଅଧିକ ରହିଛି । ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ତାହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ତୁଳନାରେ ହାରାହାରି ୪ଜି ଡାଉନଲୋଡ୍‌ ସ୍ପିଡ୍‌ର ଦୁଇଗୁଣରୁ ଅଧିକ ରେକର୍ଡ କରିଛି ।

ଭୋଡାଫୋନ ଏବଂ ଆଇଡିଆ ଯଦିଓ ସେମାନଙ୍କର ମୋବାଇଲ ବ୍ୟବସାୟର ସମ୍ମିଶ୍ରଣ ଘଟାଇ ଭୋଡାଫୋନ ଆଇଡିଆ ଲିମିଟେଡ କରିଛନ୍ତି, ତଥାପି ଟ୍ରାଇ ଉଭୟ ସଂସ୍ଥାର ନେଟୱର୍କ ସ୍ପିଡ୍‌ ସମ୍ପର୍କିତ ତଥ୍ୟ ପୃଥକ ପୃଥକ ଭାବରେ ପ୍ରକାଶ କରୁଛି । ନଭେମ୍ବର ମାସରେ ଭୋଡାଫୋନ୍‌ର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‌ ୯.୮ ଏମବିପିଏସ୍‌ ରେକର୍ଡ କରାଯାଇଥିବାବେଳେ ତାହା ପଛକୁ ଆଇଡିଆ ଏବଂ ଭାରତୀ ଏୟାରଟେଲ୍‌ର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‌ ଯଥାକ୍ରମେ ୮.୮ ଏମବିପିଏସ୍‌ ଏବଂ ୮ ଏମବିପିଏସ୍‌ ରହିଥିଲା ।

ନଭେମ୍ବର ମାସରେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ୍‌ କ୍ଷେତ୍ରରେ ଭୋଡାଫୋନ ଅନ୍ୟମାନଙ୍କ ଠାରୁ ଆଗରେ ରହିବା ସହିତ ୬.୫ ଏମବିପିଏସ୍‌ ହାରାହାରି ଅପ୍‌ଲୋଡ ସ୍ପିଡ୍‌ ହାସଲ କରିଥିବାବେଳେ ଏବଂ ଏହା ପଛକୁ ଆଇଡିଆର ହାରାହାରି ଅପ୍‌ଲୋଡ ସ୍ପିଡ ୫.୮ ଏମବିପିଏସ୍‌, ଏୟାରଟେଲ୍ର ୪ ଏମବିପିଏସ୍‌ ଏବଂ ଜିଓର ୩.୭ ଏମବିପିଏସ୍‌ ରହିଥିବା ଜଣାଯାଇଛି ।

ଡାଉନଲୋଡ୍‌ ସ୍ପିଡ୍‌ ଉପଭୋକ୍ତାଙ୍କୁ ଇଂଟରନେଟ୍‌ରୁ ବିଭିନ୍ନ ବିଷୟବସ୍ତୁ ଦେଖିବା, ଖୋଜିବା ଓ ଡାଉନ୍ଲୋଡ୍ କରିବାରେ ସହାୟକ ହେଉଥିବାବେଳେ ଅପ୍‌ଲୋଡ ସ୍ପିଡ୍‌ ସେମାନଙ୍କୁ ଚିତ୍ର, ଭିଡିଓ ଆଦି ପଠାଇବାରେ ସହାୟକ ହୋଇଥାଏ । ଟ୍ରାଇ ପକ୍ଷରୁ ସମଗ୍ର ଭାରତରେ ଏହାର ମାଇଁ ସ୍ପିଡ୍‌ ଆପ୍ଲିକେସନ ଜରିଆରେ ବାସ୍ତବ ସମୟ ଭିତ୍ତିରେ ସଂଗ୍ରହ କରୁଥିବା ତଥ୍ୟ ଅନୁଯାୟୀ ହାରାହାରି ସ୍ପିଡ୍‌ ହିସାବ କରାଯାଇଥାଏ ।

ଟ୍ରାଇ ପକ୍ଷରୁ ମାଇଁସ୍ପିଡ୍‌ ପୋର୍ଟାଲରେ ପ୍ରକାଶ କରାଯାଇଥିବା ତଥ୍ୟ ଅନୁଯାୟୀ ଜିଓ ଓଡ଼ିଶାରେ ମଧ୍ୟ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‌ରେ ୩୧.୭ ଏମବିପିଏସ୍‌ ସହିତ ଶୀର୍ଷରେ ରହିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍‌ ୫.୭ ଏମବିପିଏସ୍‌, ଭୋଡାଫୋନ ୪.୪ ଏମବିପିଏସ୍‌ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍‌ ହାସଲ କରିଥିଲେ । ଓଡ଼ିଶାରେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ୍‌ କ୍ଷେତ୍ରରେ ଭୋଡାଫୋନ ୬.୩ ଏମବିପିଏସ୍‌ ସହିତ ଶୀର୍ଷରେ ରହିଥିବାବେଳେ ରିଲାଏନ୍ସ ଜିଓ ୪.୬ ଏମବିପିଏସ୍‌, ଏୟାରଟେଲ ୨.୯ ଏମବିପିଏସ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ୍‌ ହାସଲ କରିପାରିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ ଉଲ୍ଲେଖ କରାଯାଇଛି ।

Leave A Reply