Odisha news

ଜାପାନ ସରକାରଙ୍କ ଘୋଷଣା-ସପ୍ତାହ ରେ ୩ଦିନ ଛୁଟି ନିଅ ଓ ଛୁଆ ଜନ୍ମ କର

0

ଜାପାନ ର ରାଜଧାନୀ ଟୋକିଓ ରେ ଜନସଂଖ୍ୟା ହ୍ରାସ କୁ ଦେଖି ସରକାର ବଡ଼ ନିଷ୍ପତି ନେଇଛନ୍ତି, ସପ୍ତାହ ରେ ତିନିଦିନ ସରକାର ଛୁଟି କରିବେ l ଏହି ନିୟମ ଅନୁସାରେ ପୁରୁଷ ମାନେ ଅଧିକ ସମୟ ପରିବାର ସହିତ ଅତିବାହିତ କରି ପାରିବେ l ଯାହାଦ୍ୱାରା ଅଧିକ ଛୁଆ ଜନ୍ମ କରିପାରିବେ l

ଟୋକିଓ ଗଭର୍ନର ଘୋଷଣା କରିଛନ୍ତି ଯେ ଅପ୍ରେଲ ୧ତାରିଖ ରୁ କର୍ମଚାରୀ ମାନଙ୍କୁ ସପ୍ତାହ ରେ ତିନିଦିନ ଛୁଟି ମିଳିବ l ଏହା ସହିତ ଯେଉଁ କର୍ମଚାରୀ ମାନଙ୍କୁ ପିଲାମାନେ ପ୍ରାଇମେରୀ ସ୍କୁଲ ରେ ପଢୁଛନ୍ତି, ସେମାନଙ୍କ ପିତାମାତା ଙ୍କୁ ଠିକ ସମୟ ରେ ଅଫିସ ରୁ ଘରକୁ ଯିବାର ଅନୁମତି ଦେବା ଜରୁରୀ l ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ ଜାପାନ ର ବର୍ତମାନ ଜନ୍ମଦର କେବଳ ୧ .୨ % ଅଟେ , ଯେବେକି ଜନସଂଖ୍ୟା ସ୍ଥିର ରଖିବା ପାଇଁ ଏହି ଦର ୨ .୧ % ହେବା ଜରୁରୀ l ବିଶେଷଜ୍ଞଙ୍କ ଅନୁସାରେ ଏହି ଦର ବଢିବ ନାହିଁ, ତେବେ ଆସନ୍ତା ୧୨୦ ବର୍ଷ ରେ ଜାପାନ ବିଶ୍ୱ ର ନକ୍ସା ରୁ ଗାୟବ ହୋଇପାରେ l

ବିଶେଷଜ୍ଞ ଙ୍କ ଅନୁସାରେ ଆଧୁନିକକରଣ , ଦେଶରେ ଡେରିରେ ବିବାହ ର ପ୍ରଚଳନ, ପରିବାର ନିୟୋଜନ, ଓ ଆର୍ଥିକ ଚାପ ଭଳି କାରଣ ଜନ୍ମଦର ରେ ହ୍ରାସ ପାଉଛି l ଜାପାନ ରେ ବୟସ୍କ ଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି l ଯାହାଦ୍ୱାରା ଅର୍ଥ ବ୍ୟବସ୍ଥା ଉପରେ ବୋଝ ବଢ଼ିବାରେ ଲାଗିଛି l ବିଶେଷଜ୍ଞ ଙ୍କ ମତରେ ଚାରିଦିନ ର ଛୁଟି ଦ୍ୱାରା କେବଳ ଏହି ସମସ୍ୟାର ସମାଧାନ ହୋଇପାରିବ l ଏହାଦ୍ୱାରା ଲୋକେ ପରିବାର ସହିତ ଅଧିକ ସମୟ ବିତେଇ ପାରିବେ l ଜାପାନ ର ଏହି ପଦକ୍ଷେପ ଦ୍ୱାରା ଆଶା କରୁଚୁ ଯେ ଜାପାନ ର ଜନ୍ମ ଦର ବୃଦ୍ଧି ହେବ l

Leave A Reply