ନୂଆପଡ଼ା -୧୨/୧୨ (ସୁରେନ୍ଦ୍ର ତିୱାରୀ) ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଏଣିକି ଛାତ୍ର ଛାତ୍ରୀ ମାନେ ଅନଲାଇନ ଦେୟ ଜମା କରିପାରିବେ। ଏହି ସୁବିଧା କୁ ଆଜି ମହାବିଦ୍ୟାଳୟ ର ପରିଚାଳନା ସମିତି ର ଅଧ୍ୟକ୍ଷ ବିଶ୍ୱଜିତ ପାଢ଼ୀ ଉଦଘାଟନ କରିଥିଲେ । ପ୍ରକାଶଯୋଗ୍ୟ ଯେ ଜିଲ୍ଲା ର ସବୁଠାରୁ ପୁରାତନ ମହାବିଦ୍ୟାଳୟ ରେ ଏହି ସୁବିଧା ନ ଥିଲା ଯଦ୍ୱାରା କି ଛାତ୍ର ଛାତ୍ରୀ ମାନେ ବହୁତ ହଇରାଣ ହେଉଥିଲେ। ଏକ ସାକ୍ଷାତ କାର ରେ ଶ୍ରୀ ପାଢ଼ୀ ଜଣେଇଥିଲେ ଯେ ଏହାଦ୍ୱାରା ବିଦ୍ୟାର୍ଥୀ ଏବଂ ସେମାନଙ୍କ ଅଭିଭାବକ ମାନେ ମଧ୍ୟ୍ୟ ଲାଭବାନ ହେବେ। ମହାବିଦ୍ୟାଳୟ ରେ କିଛି ଅସାଧୁ କର୍ମଚାରୀ ପିଲାଙ୍କ ଫିସ ଜମା ରେ ବ୍ୟତିକ୍ରମ କରୁଥିବା ଦେଖାଯାଇଥିଲା ଏବଂ ତାକୁ ନଜର ରେ ରଖି ଏହାକୁ ତୁରନ୍ତ ଲାଗୁକରିବାକୁ ପରିଚାଳନା ସମିତି ନିଷ୍ପତି ନେଇଥିଲା ଏବଂ ଏଥିପାଇଁ ପରିଚାଳନା ସମିତି ର ସମସ୍ତ ସଭ୍ୟସଭ୍ୟା ଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣେଇଥିଲେ। ଏହି ବ୍ୟବସ୍ତା ରେ ବିଦ୍ୟାର୍ଥୀ ମାନେ ନିଜ ଫୋନପେ , ୟୁପିଇ ଓ ବ୍ୟାଙ୍କ ମାଧ୍ୟମରେ ସମସ୍ତ ଫିସ ଦାଖଲ କରିପାରିବେ ବୋଲି ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା ସୂଚନା ପ୍ରଦାନ କରିଥିଲେ ଓ ଏ ବିଷୟ ରେ ସେ ଆହୁରି କହିଲେ ଯେ,କଲେଜ ରେ ଟଙ୍କା ନେଣ ଦେଣ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ପରିଶେଷରେ ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗର ଅଧ୍ୟାପକ ତଥାଗତ ରାଉତ ଧନ୍ୟବାଦ ଦେବା ସହ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖାର ର ମୁଖ୍ୟ ପରିଚାଳକ ଦିନେଶ ମିଶ୍ର ଙ୍କ ସହଯୋଗ ପାଇଁ ତାଙ୍କୁ ସାଧୁବାଦ ଜଣେଇଥିଲେ।