ଜମନକିରା,୧୮/୯: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ଗ୍ରାମ ପଞ୍ଚାୟତ କତରକେଲା ଗ୍ରାମ କୃଷ୍ଣଗୁରୁ ଧାମ ପ୍ରାଙ୍ଗଣ ଠାରେ ସୁଦ ସମାଜର କେନ୍ଦ୍ରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ସୁଦ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଏଗାର ଟି ଜିଲ୍ଲା ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, ସୋନେପୁର, କଳାହାଣ୍ଡି, ନୂଆଁପଡା, ଅନଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଏବଂ ମହାସମୁନ୍ଦ ଛତିଶଗଡ଼ର କର୍ମକର୍ତ୍ତା ଯୋଗଦାନ କରିଥିଲେ। କେନ୍ଦ୍ରୀୟ କମିଟିର ସଭାପତି , ସଂପାଦକ ତଥା ଜିଲ୍ଲା କମିଟିର କର୍ମ କର୍ତ୍ତା ମାନଙ୍କୁ ପୁଷ୍ପ ମାଲ୍ୟ ଦେଇ ସଭାସ୍ଥଳକୁ ସ୍ୱାଗତ କରାଯାଇଥିଲା। କେନ୍ଦ୍ରୀୟ ସଭାପତି କିଶୋର ଚନ୍ଦ୍ର ନାୟକଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଅଧିବେଶନରେ ସୁଦ ସମାଜର ଉନ୍ନତି ପାଇଁଁ ଆଗାମୀ ଦିନରେ ମହାସଭାର ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲ। କିଶୋର ଚନ୍ଦ୍ର ଦେହୁରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ସରୋଜ କୁମାର ଭୂକ୍ତା ଧନ୍ୟବାଦ ଅର୍ପଣ କରିଥିଲେ।
ତେବେ ବେଶ ଉତ୍ସାହର ସହିତ ଆଖପାଖ ଅଂଚଳର ସୁଦ ସମାଜର ବହୁ ପୁରଷ ଓ ମହିଳା ଯୋଗଦାନ କରିଥିଲେ।
