Odisha news

ଗ୍ରାମବାସୀଙ୍କ ସହଯୋଗ ରେ ସୁରଥ ରୁ ଆସିଲା ଶ୍ରମିକଙ୍କ ମୃତ ଦେହ , ଆର୍ଥିକ ସହାୟତା ନିମନ୍ତେ ଦାବି

0

ଛତ୍ରପୁର,18/9 : ଦାଦନ ଖଟିବାକୁ ସୁରଥ ଯାଇ ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି ଛତ୍ରପୁର ବ୍ଲକ ର ଚିକଲଖଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ବାଲିବଗଡ଼ ଗ୍ରାମର କେ. ସୀମା ରେଡ୍ଡୀ l ସୀମା 4 ବର୍ଷ ପୂର୍ବେ ସୁରଥ ରେ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଯାଇଥିଲେ l ଗତ 15 ତାରିଖରେ ତାଙ୍କ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି l  ଚାରିଦିନ ପରେ ତାଙ୍କ ମୃତ ଦେହକୁ ତାଙ୍କ ନିଜ ଗ୍ରାମକୁ ଅଣାଯାଇଥିଲା l    ତେବେ ସୁରଥ ରେ ପ୍ରାଣ ହରାଇଥିବା ସୀମା ଙ୍କ ମର ଶରୀର କୁ  ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମ କୁ ଆଣିବା ପାଇଁ ପ୍ରାୟ 55 ହଜାର ଖର୍ଚ୍ଚ ହୋଇଥିବା ବେଳେ ସେହି ଟଙ୍କା ଦେବା ମୃତ ଶ୍ରମିକଙ୍କ ପରିବାର ଙ୍କ ନିକଟରେ ସମ୍ଭବପର ନଥିଲା l ଏହାର ସୂଚନା ପାଇ  ଗ୍ରାମବାସୀ ଓ କିଛି ବ୍ୟକ୍ତିଙ୍କ ସହଯୋଗରେ ଆର୍ଥିକ ସହାୟତା ପ୍ରଦାନ କରିବା ପରେ ରବିବାର ସୀମାଙ୍କ ମୃତ ଦେହ ଗ୍ରାମକୁ ଅଣାଯାଇଥିଲା l ମୃତ ଶରୀର ଗ୍ରାମ ରେ ପହଂଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା l ସୀମା ତାଙ୍କ ପରିବାରର ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ l ଏଣୁ ମୃତ ସୀମାଙ୍କ ପରିବାର ଙ୍କୁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଆମ୍ବୁଲାନ୍ସ ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥ ମଧ୍ୟ ପ୍ରଦାନ କରିବାକୁ ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା ଓ ସମାଜସେବୀ ବି. ଶଙ୍କର ରେଡ୍ଡୀ ଙ୍କ ସମେତ ବହୁ ଗ୍ରାମବାସୀ ମାନେ ଦାବି କରିଛନ୍ତି l

Nalco
Leave A Reply