Odisha news

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

0

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଏବଂ ସିଆରସିସି ମାନଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀଙ୍କ ଅଧୀନରେ ଚାଲିଥିବା ବିଭିନ୍ନ ପଦବୀର ଶୀଘ୍ର ପୂରଣ ନିମନ୍ତେ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରାଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ବରିଷ୍ଟ କିରାଣୀ, ମୁଖ୍ୟ କିରାଣୀ ହିସାବ ରକ୍ଷକ ତଥା ବିଭିନ୍ନ ବିଦ୍ୟାଳୟର ତଥା ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀ ପୂରଣ ନିମନ୍ତେ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରାଯାଇଥିଲା। ସମସ୍ତ ବିଦ୍ୟାଳୟକୁ ସିଧାସଳଖ ଚାଉଳ ଯୋଗାଣ, ଶିକ୍ଷକଙ୍କ ବକେୟା ଥିବା ଦରମା ତଥା ଅନ୍ୟାନ୍ୟ ଅର୍ଥ ପ୍ରଦାନର ସୁବିଧା ଶୀଘ୍ର କରାଯିବା ନିମନ୍ତେ ଏବିଓ ସୁଦୀପ୍ତ ନାୟକଙ୍କ ପାଖରେ ଅନୁରୋଧ କରାଯାଇଥିଲା। ଏହାର ତୁରନ୍ତ ସୁବିଧା କରିବାକୁ ଶ୍ରୀ ନାୟକ ପ୍ରତିଶୃତି ଦେଇଥିଲେ। ପିଆରଏନ ନଂ ଆସିବାରେ ଥିବା ଅସୁବିଧାକୁ ସୁଧାର କରାଯିବା ନେଇ ଦାବି କରାଯାଇଥିଲା। ସେଇ ଅସୁବିଧା ଯୋଗୁଁ ଯେପରି କୌଣସି ଶିକ୍ଷକ ଦରମା ପାଇବାରେ ବିଳମ୍ବ ନହୁଏ ସେଥିପ୍ରତି ଦୃଷ୍ଟିଦେବାକୁ ବୈଠକରେ ଆଲୋଚନା ହୋଇଥିଲା। ମୋ ସ୍କୁଲ ଅଭିଯାନ ଓ ମଧ୍ୟାନ ଭୋଜନ ପରିଚାଳନାରେ ଥିବା ଅସୁବିଧାକୁ ଦୂର କରିବାକୁ ଏବିଓ ସୁଶ୍ରୀ ଦେବକୀ ନାଏକ ପ୍ରତିଶୃତି ଦେଇଥିଲେ। ଉକ୍ତ ବୈଠକରେ ସଂଘର ସଭାପତି ଭୁବନେଶ୍ୱର ଦିବେଦି ଅଧକ୍ଷତା କରିଥିବା ବେଳେ ଆଲୋଚନାରେ ଶ୍ରୀକାନ୍ତ କରଳି ପ୍ରଶାନ୍ତ କୁମାର ପଣ୍ଡା, ସୁଶୀଲକୁମାର ସାହୁ, ନାଲିନା ବାଘ, ଅଭିମନ୍ୟୁ ବୁଦା, ଅନନ୍ତ ଚୌଧୀଚୌଧୁରୀ,  ନରହରି ବେହେରା, ସୁଭଦ୍ରା ନାଏକ, ରାମଚନ୍ଦ୍ର ସିଂ ତଥା ସିଆରସିସି ବନ୍ଧୁମାନେ ଅଂଶଗ୍ରହଣ କରି ଆଲୋଚନାକୁ ସଫଳ କରାଇଥିଲେ। ଦିଲ୍ଲୀପ ବହିଦାର ଓ ଇଶ୍ୱର ମହାକୁଳ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ସମସ୍ତ ଦିଗର ସଫଳତା ପ୍ରତି ଦିଗଦର୍ଶନ ଦେଖାଇଥିଲେ। ଶେଷରେ ଗୋପାଳଜି ନାୟକ ଧନ୍ୟବାଦ ଅର୍ପଣ ପ୍ରଦାନ କରି ସଭା ସାଙ୍ଗ  କରିଥିଲେ।

Ad2
Leave A Reply