Odisha news

ଝଡ଼ ବର୍ଷାରେ ଭାଙ୍ଗିଲା ଗଛ, ଉଡିଲା ଘର ଆଜବେଷ୍ଟ

0

ଜମନକିରା, ୨୪/୫:  ରାତିରେ ହଠାତ୍ ଝଡ ବର୍ଷା ଆସିବାରୁ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ପଞ୍ଚାୟତ ସମେତ ଟିକିଲିପଡ଼ା, ଭୋଜପୁର, ଜମନକିରା ଆଦି ବିଭିନ୍ନ ଗାଁ ଗଣ୍ଡାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। କେନାଢ଼ିପା ପଂଚାୟତ ବେଲୁଆମାଲ ଗ୍ରାମର ଭୁତୁଲୁ ରାଉତଙ୍କ ଘର ଆଜବେଷ୍ଟ ସଂପୂର୍ଣ୍ଣ ରୂପେ ଉଡିଯାଇ ଭାଙ୍ଗି ଯାଇଛି। ଭୁତୁଲୁ ସରକାରଙ୍କ ତରଫରୁ ଇନ୍ଦିରା ଆବାସ ଗୃହ ଖଣ୍ଡିଏ ପାଇଥିଲେ। ଏହି ଆବାସ ଗୃହରେ ସେ ପଞ୍ଚାୟତରୁ ମିଳୁଥିବା ଚାଉଳ, ଚାଷ ପାଇଁ ଧାନ, ବ୍ୟବହାର୍ଯ୍ୟ କିଛି ଜିନିଷ ରଖିଥିଲେ। ଏସବୁ ଜିନିଷ ବର୍ଷା ପାଣିରେ ଭିଜି ଯାଇଛି। ଭାଗ୍ୟ ବଶତଃ ସେଦିନ ରାତିରେ ତାଙ୍କ ପରିବାର ଅନ୍ୟ ବଖରାରେ ସମସ୍ତେ ଶୋଇଥିଲେ। ଓ୍ବାଡମେମ୍ବର ଏବଂ ସରପଞ୍ଚଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପରେ, ସରପଞ୍ଚ କୈଲ୍ୟାଣୀ ନାଏକ ଏବଂ ଓ୍ବାଡମେମ୍ବର ଆସି ପରିଦର୍ଶନ କରି ଯାଇଛନ୍ତି। ସେହିପରି ଜମନକିରା ତହସିଲ ଅନ୍ତର୍ଗତ ଛତାବର ଗ୍ରାମର ସମା ଓରାମ ଘର ପାଖରେ ଥିବା ବଡ଼ ତେନ୍ତୁଳି ଗଛ ଉପୁଡ଼ି ପଡ଼ିବାରୁ ଘର ଭାଙ୍ଗି ଯାଇଛି। ଶ୍ରୀ ଓରାମଙ୍କ ପୁଅର ଆଜି ବିଭାଘର ଥିବା ବେଳେ ଗତକାଲି ବହୁ ବନ୍ଧୁ ବାନ୍ଧବ ଘରେ ଶୋଇଥଲେ। ସୌଭାଗ୍ୟ ବଶତଃ କାହାରି କିଛି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି। ପ୍ରଶାସନ ଶୀଘ୍ର ସହାୟତା ରାଶି ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି।

Leave A Reply