Odisha news

କଂଗ୍ରେସକର୍ମୀ ବି. ଜେ. ଡ଼ି ରେ ମିଶିଲେ

0

ଢ଼େଙ୍କିକୋଟ ତା ୨୪. ୫  =ଘଟଗାଁ ବ୍ଲକ୍ ସରାସପଶି ପଞ୍ଚାୟତ ବୃନ୍ଦାବନପୁର୍ ର ଉଗ୍ରେସନ୍ ନାଏକ.ଓ ସରାସପଶି ଗ୍ରାମର ପଦ୍ମିନୀ ନାୟକ. ଗିରିଧାରି ବେହେରା. ଇଶ୍ବର ନାଏକ ଓ ପୋଡାଡ଼ିହା ଗ୍ରାମର ପୁର୍ବତନ ସମିତିସଭ୍ଯ ନୃସିଂହ ବାରିକ କଂଗ୍ରେସ ଛାଡି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି l  ଆଜିର ଏହି ଯୋଗଦାନ କାର୍ଯ୍ୟକ୍ରମରେ ଘସିପୁରା ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ମାନନୀୟ ବଦ୍ରୀ ନାରୟଣ ପାତ୍ର ସମେତ କୃଷକନେତା ସେକ ମୋବିନ୍ ଉପସ୍ଥିତ ଥିଲେ l ସଭିଙ୍କୁ ବିଜୁ ଜନତା ଦଳର ଉତ୍ତରୀୟ ପ୍ରଦାନକରି ସାଂଗଠାନିକ ଭାବେ ଦଳରେ ସାମିଲ୍ କରାଯାଇଥିଲା l  ତେବେ ସେମାନକଂ ଯୋଗଦାନ ବିଜୁ ଜନତା ଦଳକୁ ଆଗାମୀଦିନରେ ଆହୁରି ସଫଳତା ଯୋଗାଇଦେବ ବୋଲି କର୍ମୀମାନେ ପ୍ରକାଶ କରିଛନ୍ତି l

Leave A Reply