Odisha news

ବିପର୍ଯ୍ୟୟ ପରିଚାଳନା ନେଇ ପ୍ରସ୍ତୁତି ବୈଠକ

0

ଜମନକିରା,୧୮/୬:  ଜମନକିରା ସମ୍ମିଳନୀ କକ୍ଷରେ ଆଜି ବିପର୍ଯ୍ୟୟ ପରିଚାଳନା ନେଇ ଏକ ଜରୁରୀ କାଳୀନ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଡ଼ିଓ ପ୍ରସନ୍ନ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ସମ୍ବଲପୁର ବିପର୍ଯ୍ୟୟ ପରିଚାଳନା କମିଟିର ଡେପୁଟି କମିଶନର ଶଙ୍କର ପ୍ରସାଦ ସାହୁ ଯୋଗଦେଇ ସାମ୍ଭାବ୍ୟ ବିପର୍ଯ୍ୟୟ ବେଳେ କିପରି ପ୍ରସ୍ତୁତ ରହି ସୁପରିଚାଳନା କରିହେବ ସେ ନେଇ ସମସ୍ତ ବିଭାଗ ଅଧିକାରୀ ମାନଙ୍କୁ ବୁଝେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ବ୍ରଜକିଶୋର ସାହୁଙ୍କ ସମେତ ଅଗ୍ନିଶ୍ରମ, କୃଷି, ଉଦ୍ୟାନ, ଶିଶୁ ଓ ମହିଳା ସମନ୍ୱିତ, ପ୍ରାଣୀ ଓ ପଶୁ ସମ୍ପଦ, ମସ୍ୟ, ବନ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଶିକ୍ଷା, ପୋଲିସ, ବିଦ୍ୟୁତ, ଉନ୍ନୟନ ସମେତ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନା ଦିଗରେ ପ୍ରସ୍ତୁତି ରହିବା ପାଇଁ ସ୍ବୀକୃତି ଦେଇଥିଲେ।

Nalco
Leave A Reply