ଜମନକିରା,୧୩/୨: ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଭାତପୁରା ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ପ୍ରତିଭା ଉନ୍ମୋଚନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଅଭିଯାନର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡା ଜିଲ୍ଲାରେ ହେଉଥିବା ପ୍ରତିଭା ବିକାଶ ଯୋଜନାକୁ ଶିକ୍ଷକ, ଶିକ୍ଷିକା ଓ ଛାତ୍ର ଛାତ୍ରୀ ଗଣ ସହର୍ଷ ଗ୍ରହଣ କରିଥିବାରୁ କୃତଜ୍ଞତା ଜଣାଇଥିଲେ। ଏହି ଉତ୍ସବରେ ସ୍କୁଲର ପ୍ରଧାନ ଶିକ୍ଷକ ରତନଲାଲ ସିଂ ସଭାପତିତ୍ବ କରିଥିବା ବେଳେ ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ସ୍ୱାଗତ ଭାଷଣ ଓ ସଂସ୍କୃତ ଶିକ୍ଷକ ମଧୁମିତା ବହିଦାର ଅତିଥି ପରିଚୟ ପ୍ରଦାନ କରିଥିଲେ। ଛାତ୍ରୀ ଗଣ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଉଦଘାଟନ ଉତ୍ସବରେ ସୁବ୍ରତ ପଣ୍ଡା, ସୁମନ୍ତ ମହାକୁଲ,ପ୍ରଦୀପ୍ତ ବାରିକ ଓ ଖଗେଶ୍ବର ନାଏକ ମଞ୍ଚଷିନ ଥିଲେ। ଏହା ପରେ ସାମାଜିକ କର୍ମୀ ମାନସୀ ବଗର୍ତ୍ତି ଓ ତନୟା ହଂସଙ୍କ ନେତୃତ୍ୱରେ ମହାପୁରୁଷଙ୍କ ଜୀବନୀ କୁଇଜ୍, ଡ୍ରଇଂ ପ୍ରତିଯୋଗିତା ଓ ନୃତ୍ୟ ତଥା ପଥପ୍ରାନ୍ତ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। ଅତିଥିଗଣ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଚୁଙ୍କି ବେହେରା, ଦ୍ଵିତୀୟ ହୋଇଥିବା ରଶ୍ମି ଛୁଟି ଓ ତୃତୀୟ ହୋଇଥିବା ନନ୍ଦିନୀ ପୀଙ୍ଗ ଏବଂ ନାଟକରେ କୃତିତ୍ଵ ଅର୍ଜନ କରିଥିବା ଜିଜ୍ଞାସୁ ବୁଡା, ଚୁମକି ବେହେରା ଓ ଶ୍ରୀତମ ଭାଇସାଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଛାତ୍ରୀ ସୁଶ୍ରୀ ଚୂମକି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
