Odisha news

ପୁଣି ଏକ ଦନ୍ତାହାତୀର ମୃତ୍ୟୁ : ସନ୍ଦେହରେ ବନବିଭାଗ।

0
ଆଠଗଡ଼ ତା ୧୩/୨/୨୩ ହାତୀ ମୃତ୍ୟୁ ଘଟଣାରେ ଆଠଗଡ଼ ବନଖଣ୍ଡ ଚର୍ଚ୍ଚାରେ ଥିଲାବେଳେ ସୋମବାର ସକାଳୁ ପୁଣି ଏକ ଦନ୍ତାହାତୀ ର କ୍ଷବେଖ୍ୟତ ମୃତ ଦେହ ଆଠଗଡ଼ ବନାଞ୍ଚଳ ନୂଆବନ୍ଧ ଗ୍ରାମ ନିକଟରେ ମିଳିଛି। ସ୍ଥାନୀୟ ବାସିନ୍ଦା ଙ୍କ ଅଭିଯୋଗ ଅନୁସାରେ ଗତ ତିନି ଚାରି ଦିନ ହେବ ପାଞ୍ଚ ରୁ ଛଅ ଘର ହାତୀ ବେତିଆ ଜଙ୍ଗଲ ଓ ଏହାର ଆଖପାଖ ଜଙ୍ଗଲ ରେ ବୁଲୁଥିବା ଆଠଗଡ଼ ବନାଞ୍ଚଳ କର୍ମଚାରୀ ଙ୍କୁ ଖବର ଦେଇଥିଲା ବେଳେ କେହି ଆସିନଥିଲେ। ଏଠାରେ ପ୍ରକାଶଯୋଗ୍ୟ ଗତ ସପ୍ତାହରେ ବନବିଭାଗ ହେପାଜତରେ ହାତୀ ମୃତ୍ୟୁ ଅଭିଯୋଗ ରେ ଧନେଶ୍ଵର ମୃତ୍ୟୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ବେଳେ ୬ ଜଣ ବନକର୍ମଚାରୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେବେଠାରୁ ଆଠଗଡ଼ ବନଖଣ୍ଡ ର କର୍ମଚାରୀ ମାନଙ୍କୁ ସାଧାରଣ ରେ ଦେଖିବାକୁ ମିଳୁନଥିଲା।
ଏହାର ସୁଯୋଗରେ ରେ ନୂଆବନ୍ଧ କାଜୁ ଜଙ୍ଗଲ ନିକଟ ଚାଷ ଜମି ସଂଲଗ୍ନ ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩୦ ବର୍ଷ ର ଅଣ୍ଡିରା ଦନ୍ତାହାତୀ ଟି ମୃତ୍ୟୁ ବରଣ କରିଛି। ବିଦ୍ୟୁତ ଆଘାତରେ ଦନ୍ତାହାତୀର ଶୁଣ୍ଢରେ ଗଭୀର ଆଘାତ ଲାଗିବା ସହିତ ଶୁଣ୍ଢ ଟି ଅଧା କଟିଯାଇଥିବା ଦେଖିବାକୁ ମିଳିଛି।ହାତୀଟି  ଆଣ୍ଠେଇ ପଡି ଝାଡ଼ା ପରିସ୍ରା କରିଥିବା ଦେଖିବାକୁ ମିଳିଛି। ମୃତ ହାତୀ ନିକଟରେ ବିଦ୍ୟୁତ ତାର ଗୁଡିକ ଛନ୍ଦା ଛନ୍ଦି ହୋଇ ପଡିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନଙ୍କ ଠାରୁ ଖବର ପାଇ ବନବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଟିକୁ ବ୍ୟବଛେଦ କରିବା ସହ ସେହି ସ୍ଥାନରେ ପୋତିବାର ବ୍ୟବସ୍ଥା କରିଥିଲେ। ବ୍ୟବଛେଦ ପରେ ମୃତ ହାତୀ ର ଦାନ୍ତ ଦୁଇଟିକୁ ଆଣି ଆଠଗଡ଼ ବନାଞ୍ଚଳ ରେ ରଖାଯାଇଛି। ଧନେଶ୍ଵର ମୃତ୍ୟୁ ଘଟଣା ପରେ କିଛି ଦିନ ଧରି ନିଖୋଜ ଥିବା ୩୦୨ ଦଫାରେ ଅଭିଯୁକ୍ତ ଆଠଗଡ଼ ବନଖଣ୍ଡ ଅଧିକାରୀ ଯଜ୍ଞଦତ ପତିଙ୍କୁ ଦେଖିବାକୁ ମିଳିଥିଲା। ଆଜିର ହାତୀ ର ମୃତ୍ୟୁ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ବ୍ୟବଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡିବ ଓ ତଦନ୍ତ ଚାଲିଛି ବୋଲି କହିଥିଲେ।
ପ୍ରକାଶ ଯୋଗ୍ୟ ଜାନୁଆରୀ ମାସ ୧୩ ତାରିଖ ଦିନ ଖୁଣ୍ଟୁଣୀ ବନା ଞ୍ଚଳ କାଦୁଆ ନୂଆଗାଁ ସାରୁରିଆ ଜଙ୍ଗଲ ରେ ସମାନ ଢଙ୍ଗରେ ଏକ ହାତୀ ର ମୃତ୍ୟୁ ଘଟିଥିଲା।ସେହି ଘଟଣାରେ ବନବିଭାଗ କର୍ମଚାରୀ ମାନେ ୪୦ ବର୍ଷ ବୟଷ୍କ ଫଗୁ ସାହୁ ଙ୍କୁ ଗିରଫ କରି ତାଙ୍କ ତଦନ୍ତ ରେ ଡୋରି ବାନ୍ଧି ଥିଲେ। ବାରମ୍ବାର ହାତୀ ମୃତ୍ୟୁ ନେଇ ଆଠଗଡ଼ ବନଖଣ୍ଡ ଚର୍ଚ୍ଚାରେ ଥିବାବେଳେ ପୁରା ଘଟଣାରେ ଉଚ୍ଚ ପଦସ୍ଥ କର୍ମଚାରୀମାନଙ୍କ ନିରବତା ନେଇ ନାନା କଥା ଶୁଣିବାକୁ ମିଳୁଛି।
Nalco
Leave A Reply