Odisha news

ରାସ୍ତା କଡ଼ରୁ କ୍ରାସ ବାରିୟର ଚୋରି ଘଟଣା : ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

0
ଜମନକିରା,୩୦/୧୧: ଭୋଜପୁର ଠୁ ଜମନକିରା ରାସ୍ତା ମଧ୍ୟରେ ଆରଆଣ୍ଡବି ସଂସ୍ଥା ପକ୍ଷରୁ ୧ ବର୍ଷ ତଳେ ଅନେକ ସ୍ଥାନରେ ଲୁହାର ବାରିକେଟ ଲଗାଯାଇଥିଲା କିନ୍ତୁ ସେ ସମୟରେ ସଂସ୍ଥା ପକ୍ଷରୁ ଖାମଖିଆଲି ମୋନୋଭାବ ନେଇ କାର୍ଯ୍ୟ କରଯାଇଥିବା ବେଳେ ଅନେକ ସ୍ଥାନରେ ଲୁହା ବାରିକେଟ ଏବଂ ସୂଚନା ବୋର୍ଡ ଗୁଡିକ ଚୋରି ହେଇଯାଇଛି। ବିଭାଗ ପକ୍ଷରୁ ଏତଲା ପରେ ପୋଲିସ ଛନଭିନ କରି ଗତ ୧୧ ତାରିଖରେ କତରବଗା ଥାନା ଲଇଡା ପଂଚାୟତ ବିନ୍ଦୁଡ଼ିହି ଗାଁର ବାସୁଦେବ ବାଗ ( ୪୫) କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଜମନକିରା ପୋଲିସ ଏଥିରେ ସଂପୃକ୍ତି ଥିବା ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଥିବା ଜଣା ଯାଇଛି। ଏନେଇ ଜମନକିରା ଥାନା ୧୨୬/୨୨ (୩୭୯/୨୮୩/୩୪ଆଇ ପି ସି/୩ପିଡିପିପି) ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ମାନେ ହେଲେ କତରବଗା ଥାନା ଲଇଡ଼ା ପଂଚାୟତ ବିନ୍ଦୁଡିହି ଗାଁର ସଞ୍ଜୟ ବାଗ ଓରଫ ଅଜିତ(୨୬), ରେଙ୍ଗାଲି ଗାଁର ରାହୁଲ ସୋହେଲା (୨୪), ରେଙ୍ଗାଲି ଥାନା ଦଳପଟପାଲି ଗାଁର ବିକି ସା (୨୨) ଏବଂ ରେଙ୍ଗାଲି ର ରଞ୍ଜିତ ପରୁଆ (୨୨)। ଏମାନଙ୍କ ପାଖରୁ ଗୋଟିଏ ବୋଲେରୋ ( ଓଡି ୧୫ଭି ୩୨୭୫) ଏବଂ ସାଇନ୍ ବୋର୍ଡ, ଲୁହା ବାରିକେଟ ଆଦି ଜବତ କରାଯାଇଛି।
ସୂଚନା ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ କୁଚିଣ୍ଡା ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତା କଡ ମାନଙ୍କରେ ଲାଗିଥିବା ସାଇନ୍ ବୋର୍ଡ, ଲୁହା ବାଡ଼ ପ୍ରଭୁତି ସାମଗ୍ରୀ ଗୁଡିକ ବିଳମ୍ବିତ ରାତ୍ରୀରେ ଲୁହା ଗୁଡିକ ଝଳେଇ ମାଧ୍ୟମରେ ଦୂର୍ବୁତ୍ତ ମାନେ ଚୋରି କରି ନେଇ ଯାଇଥିଲେ। ଲୁହା ବାରିକେଟରେ ଠିକ ଭାବରେ ନଟ କସା ଯାଇନଥିବାରୁ କେତେକ ସ୍ଥାନର ବାରିକେଟ ଚୋରି ହେଇଥିଲା। କେତେକ ସ୍ଥାନରେ ବରିକେଟ ଗୁଡିକ ପଡ଼ି ରାସ୍ତାକୁ ଚାଲିଆସି ଥିଲା। ଏନେଇ ସ୍ଥାନୀୟ ଲୋକେ ବିଭାଗୀୟ କୁର୍ତ୍ତପକ୍ଷଙ୍କୁ ସତର୍କ କରଯାଇଥିବା ସତ୍ତ୍ୱେ କୁର୍ତ୍ତପକ୍ଷ ଖାମଖିଆଲି ଭାବେ ନେଇଥିଲେ। ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
Govt
Leave A Reply