Odisha news

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଜଳେଶ୍ୱରରେ : ବିକାଶଲାଗି ପ୍ରଶାସନିକ ଆଲୋଚନା , ମୃତ ମାନସ ପାଠୀଙ୍କ ପରିବାରକୁ ସାନ୍ତନା

0

ଜଳେଶ୍ୱର : ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ଜଳେଶ୍ୱର ଗସ୍ତ କରି ବିଭିନ୍ନ ସମସ୍ୟା ସଂପର୍କରେ ପ୍ରଶାସନିକ ସ୍ତରରେ ଆଲୋଚନା କରିଛନ୍ତି । ଡାକବଙ୍ଗଳା ପରିସରରେ ସେ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ବିଡିଓ ଦୀପ୍ତିରଂଜନ ସେଠୀ ଓ ଏସ୍ଡିପିଓ ଅଂକିତା କୁମ୍ଭାରଙ୍କୁ ନେଇ ବିଭିନ୍ନ ଯୋଜନା ସଂପର୍କରେ ଓ ଆଇନ୍ ସୃଙ୍ଖଳା ସଂପର୍କରେ ଆଲୋଚନା କରିଥିଲେ ।

ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କ ସଂପର୍କରେ ବିଷଦ ଆଲୋଚନା ଓ ନାମ୍ପୋର ଜଣେ ଏଏନ୍ଏମ୍ଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ସଂପର୍କରେ ମହିଳା ଜଣକ ଦେଇଥିବା ଅଭିଯୋଗ ସଂପର୍କରେ ଏସ୍ଡିପିଓଙ୍କୁ ପଚାରି ବୁଝିଥିଲେ । ସେହିପରି ମୃତ ବ୍ୟକ୍ତିମାନଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ପୈଠ, ଆବାସ ଯୋଜନାର ଅଗ୍ରଗତି ଇତ୍ୟାଦି ସଂପର୍କରେ ବିଡିଓଙ୍କ ମତାମତ ଲୋଡିଥିଲେ ।

ସେହିପରି ୫୭ ରାଜ୍ୟ ରାଜପଥ ନୟନଯୋରୀ ଅବରୋଧ, ଗୃହ ନିର୍ମାଣ ବନ୍ଦ କରିବା ସହିତ ନାମ୍ପୋଠାରେ ଜଳ ନିଷ୍କାସନର ନେଇ ଦେଖା ଦେଇଥିବା ଅଚଳାବସ୍ଥା ସଂପର୍କରେ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ । ଯୋଜନା ପ୍ରତି ପ୍ରଶାସନର ସୁସ୍ଥ ମାନସିକତା ରହିଲେ ଆଞ୍ଚଳିକ ଉନ୍ନତି ସମ୍ଭବ ବୋଲି କହିଥିଲେ ।

ମନ୍ତ୍ରୀଙ୍କ ସହିତ ସାଂସଦ ପ୍ରତିନିଧି ସାନ୍ତନୁ ପଟ୍ଟନାୟକ, ସମୀର ପାତ୍ର, ଫାଲଗୁନୀ ପାଣିଗ୍ରାହୀ, ସୁବ୍ରତ ଘୋଷ, ସୁମତି ଦେ, ରବିନ୍ଦ୍ର ପାତ୍ର, ତପନ ବିଶ୍ୱାଳ, ପ୍ରତାପ ମହାନ୍ତି, ପ୍ରଦୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।        ଅନ୍ୟପକ୍ଷରେ ବିଜେପି ଦଳର ଜଣେ ଛାମୁଆ ନେତା, ବଜ୍ରଂ ଦଳର କର୍ମକର୍ତ୍ତା ମାନସ ପାଠୀଙ୍କ କରୋନରେ ଅକାଳ ବିୟୋଗ ଘଟିଥିବାରୁ ତାଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ମାନସଙ୍କ ମାନସିକତା ଅନ୍ୟମାନଙ୍କର ଧେୟ ହେବା ଉଚିତ ବୋଲି କହିଥିଲେ ।

Leave A Reply