ଜଳେଶ୍ୱର : ଜଳେଶ୍ୱର ନୂଆବଜାରଠାରେ ଥିବା ଏକ ବିଦେଶୀ ମଦଦୋକାନର ମ୍ୟାନେଜର ଧର୍ମେନ୍ଦ୍ର ବାରିକ ଓରଫ ଟୁନା (୩୮) ନିଜ ଗାଁ ବରୁଣ ସିଂ ପଂଚାୟତ ଅଂଚଳରୁ ଫେରୁଥିବା ବେଳେ ଏକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି ।
ନିଜବାଇକ୍ରେ ଫେରୁଥିବା ବେଳେ ନିଧିପଣ୍ଡା ପୋଲ ନିକଟରେ ଅନ୍ୟଏକ ବାଇକ୍ ସହ ଧକ୍କା ହେବାରୁ ରାସ୍ତା ଉପରେ ପଡିଯାଇଥିଲେ ।
ହାତ ଓ ଗୋଡ ଭାଙ୍ଗିଥିବା ବେଳେ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକେ ପ୍ରଥମେ ବାଲେଶ୍ୱର ମୁଖ୍ୟଡାକ୍ତରଖାନା ଓ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେ ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା । ଉକ୍ତ ମଦଦୋକାନଟି ଆଜି ବନ୍ଦ ରହିଛିା
