Odisha news

ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି, ବାଜିମାତ୍ କଲା ସରସ୍ୱତୀ ଶିଶୁ ମନ୍ଦିର

0

ଜଳେଶ୍ୱର : ରାଜ୍ୟ ସରକାରଙ୍କ ପଠାଣୀ ସାମନ୍ତ ଗଣିତ ପ୍ରତିଭା ମେଧାବୃତ୍ତି ପ୍ରକାଶ ପାଇଛି । ସେଥିରେ ଜଳେଶ୍ୱର ମୁ୍ୟନିସିପାଲଟିରୁ ୧୦ଜଣଙ୍କ ମଧ୍ୟରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୭ଜଣ ଛାତ୍ରଛାତ୍ରୀ ବାଜିମାତ୍ କରିଛନ୍ତି ।

ପ୍ରକାଶିତ ପରୀକ୍ଷାଫଳ ଅନୁଯାୟୀ ଜଳେଶ୍ୱର ମୁ୍ୟନିସିପାଲଟିରୁ ୧୦ଜଣ ଓ ବ୍ଲକ ଅଞ୍ଚଳରୁ ଅନ୍ୟ୧୦ଜଣ ୬ଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀ ୨ହଜାର ଟଙ୍କା ଲେଖାଏଁ ୩ବର୍ଷ ପାଇବେ ବୋଲି ଜଣାଯାଇଛି ।

ମୁ୍ୟନିସିପାଲଟି ଅଞ୍ଚଳରୁ ଅନିମେଶ ପାତ୍ର ପ୍ରଥମ ହୋଇଥିବା ବେଳେ ବ୍ଲକ ଅଞ୍ଚଳରୁ ଦିବ୍ୟାଂଶୁ ଗିରି ପ୍ରଥମ ହୋଇଛନ୍ତି । ସୂଚନାଯୋଗ୍ୟ ମୁ୍ୟନିସିପାଲଟିର ୧୦ଜଣଙ୍କ ମଧ୍ୟରୁ ପ୍ରଥମ ୫ଜଣ ସରସ୍ୱତୀ ଶିଶୁ ମନ୍ଦିରର ବୋଲି ଜଣାଯାଇଛି ।

IEC 2 years
Leave A Reply