ଜଳେଶ୍ୱର-୨୦/୦୮: ବିଜେଡି ସୁପ୍ରିମୋ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ଓ ବିଜେପିର କର୍ମୀ ଏବଂ ନେତୃବୃନ୍ଦ ଆଜି ବିଜେଡିର ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ବରିଷ୍ଠ ନେତା ପ୍ରତାପ ଦେବଙ୍କ ଉପସ୍ଥିତିରେ ନିଜ ନିଜ ଦଳ ଛାଡ଼ି ବିଜେଡି ରେ ମିଶିଛନ୍ତି । ନେତା ଶ୍ରୀ ଦେବ ସେମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ନିଜ ଦଳରେ ସାମିଲ କରିଥିଲେ । ଏଥିସହିତ ବିଜେଡି ନେତୃତ୍ୱାଧୀନ ୨୧ ବର୍ଷ ର ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଯୋଜନା ଆଗାମୀ ପଂଚାୟତ ଓ ପୈାର ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ଲୋକଙ୍କ ଠାରେ ପହଂଚାଇବାକୁ ନୂତନ କର୍ମକର୍ତ୍ତା ତଥା ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଥିଲେ । ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ମଧ୍ୟ ନେତା ଶ୍ରୀ ଦେବ କହିଥିଲେ ।
ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ମିଶ୍ରଣ ପର୍ବରେ ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ବ୍ଲକ ଅଧ୍ୟକ୍ଷ ତପନ ଦାସ ଙ୍କ ସମେତ ତାଙ୍କର ସମର୍ଥକ ଓ ଶୁଭେଚ୍ଛୁ ବିଜେଡି ଦଳରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ସମେତ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାଶ,ଜଳେଶ୍ୱର ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ,ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଂଗରାଜ,ଜିଲ୍ଲା ବିଜୁ ଛାତ୍ର ସଭାପତି ସିମନ ଦାସମହାପାତ୍ର,ଜିଲ୍ଲା ଯୁବ ସଭାପତି ତାପସ ପରିଡ଼ା, ଦଳର ବ୍ଲକ ଓ ନଗର କମିଟିର ପଦାଧିକାରୀ ତଥା କର୍ମକର୍ତ୍ତା ଉପସ୍ଥିତ ଥିଲେ
Comments are closed.