ନୂଆଦିଲ୍ଲୀ :ପଳାତକ ଜାକିର ନାଇକ ପାକିସ୍ତାନରେ ମନ୍ଦିର ଭଙ୍ଗା ଯିବା ଘଟଣାକୁ ସମର୍ଥନ କରିଛି l ସେ କହିଛି ଯେ ମୁସଲମାନ ରାଷ୍ଟ୍ରରେ ମନ୍ଦିର ରହିବା ଉଚିତ ନୁହେଁ l ଜାକିର କହିଛି ଯେ ଯଦି କୌଣସି ଇସ୍ଲାମିକ ରାଷ୍ଟ୍ରରେ ମନ୍ଦିର ରହିଛି ତାହାକୁ ଭାଙ୍ଗିଦେବା ଆବଶ୍ୟକ l ସେ ମନ୍ଦିର ଓ ମୂର୍ତ୍ତି ପୂଜନକୁ ନେଇ ମଧ୍ୟ ବିବାଦିତ ବୟାନ ଦେଇଛି l ଏହାକୁ ନେଇ ସେ ବୟାନ ଦେଇଛି ଯେ ମୁସଲମାନ ଧର୍ମରେ ଫଟୋ ଚିତ୍ର ,ଚିତ୍ର ଅଙ୍କନ ଇତ୍ୟାଦି କରିବା କିମ୍ବା କୌଣସି ଜୀବିତ ପଶୁ ଓ ପକ୍ଷୀଙ୍କର ଏସବୁ ଇସ୍ଲାମ ରେ ମନା ଅଟେ l
ସେ ନିଜର କଥାକୁ ପ୍ରମାଣିତ କରିବା ପାଇଁ ପେଗମ୍ବର ମହମ୍ମଦ ର ଉଦାହରଣ ଦେଇଥିଲା l କୋରାନ ର ଗୋଟିଏ କଥାକୁ ଶୁଣାଇ କହିଥିଲା ଯେ ମୂର୍ତି କେଉଁଠାରେ ବି ତିଆରି ହେବା ଉଚିତ ନୁହେଁ l ଯଦି ତିଆରି ହେଉଛି ତେବେ ତାକୁ ଭାଙ୍ଗିଦେବା ଉଚିତ l ନିକଟରେ ମଧ୍ୟ ପାକିସ୍ତାନରେ ପଖତୁନଖୱା କାତରପନ୍ଥୀ ମାନେ ଗୋଟିଏ ମନ୍ଦିରକୁ ଭାଙ୍ଗି ପୋଡି ଦେଇଥିଲେ l ଏହି ଲଜ୍ଜା କର ଘଟଣାକୁ ସାରା ବିଶ୍ୱରେ ନିନ୍ଦା କରାଯାଇଥିଲା l
ପାକିସ୍ତାନରେ ପ୍ରାୟ ଏପରି ଘଟଣା ଲଗାତାର ଘଟୁଛି l ଇମ୍ରାନ ସରକାର ଦେଶ ସମ୍ଭାଳିବାର ଅସମର୍ଥ ଅଟନ୍ତୁ ପଛେ ଏପରି କାର୍ଯ୍ୟ କଳାପରେ ଆଗରେ ରୁହନ୍ତି l ଦେଶରେ ଖାଦ୍ୟର ଅରାଜକତା ଚାଲିଥିଲେ ମଧ୍ୟ ଏହିପରି ହୀନ ମାନସିକତା କାର୍ଯ୍ୟ ଘଟିବାରେ ଲାଗିଛି l