Odisha news

ଯାଜପୁର ସହରକୁ ରେଳ ସଂଯୋଗ ପାଇଁ ଭାରତ ସରକାରଙ୍କୁ ବିରଜା ସେବା ସମିତି ପକ୍ଷରୁ ଧନ୍ୟବାଦ ଜ୍ଞାପନ

0

ଯାଜପୁର : (୦୭/୦୪/୨୦)  କରୋନା ବ୍ୟାପକତା ଦୃଷ୍ଟିରୁ ବିରଜା ସେବା ସମିତିର, ମନ୍ଦିର ପରିସରରେ ହେଉଥିବା ମାସିକ ବୈଠକ ତଥା ବାର୍ଷିକ ଅଧିବେଶନକୁ ସ୍ଥିଗତି ରଖାଯାଇଅଛି । କିଛି ଦିନ ପୂର୍ବରୁ ଜାତୀୟ ବିଜେପିର ସଭାପତି ଅମିତ୍ ସାହା ବିରଜା ମନ୍ଦିର ଯାଜପୁର ମା’ବିରଜାଙ୍କୁ ଦର୍ଶନ କରିବା ଅବସରରେ ସଭାପତି ବିଶ୍ୱମ୍ଭର ମିଶ୍ର, ସମ୍ପାଦକ ପାଣ୍ଡବ ସାହୁ ଓ ଅନ୍ୟାନ୍ୟ ସଭ୍ୟବୃନ୍ଦ ମନ୍ଦିରରେ ଭେଟି ଯାଜପୁର ସହରର ବିରଜା କ୍ଷେତ୍ରର ସଂସ୍କୃତିର ପିଠକୁ ରେଳ ସଂଯୋଗ କରାଯିବା ନେଇ ଆଲୋଚନା କରିଥିଲେ ଓ ସମ୍ପାଦକ ପାଣ୍ଡବ ସାହୁ ସେବାସମିତିର ଏକ ପୁସ୍ତକ ଅର୍ପଣ କରିଥିଲେ ।

ତତ୍ପରେ ଯାଜପୁର ବିରଜା କ୍ଷେତ୍ର ଯାଜପୁରର ପ୍ରାଚୀନ କାଳରେ ବିଶ୍ୱଦରବାରରେ ଓଡ଼ିଆ କଳା, ସଂସ୍କୃତି ଓ ପରାମ୍ପରାକୁ ପହଞ୍ଚାଇଥିବା ଜିଲ୍ଲାର ନାମ ହେଉଛି ଯାଜପୁର । ଯାଜପୁର କହିଲେ ମା’ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କୁ ବୁଝାଏ । ଏଣୁ ଏକ ସାରଗର୍ଭ ତଥ୍ୟ ବିରଜା କ୍ଷେତ୍ର ଯାଜପୁର ସହରକୁ ସଂଯୋଗ ନିମନ୍ତେ ଦାବୀପତ୍ର ବା ଅନୁରୋଧ ମାନନୀୟ ପ୍ରଧାନ ମନ୍ତ୍ରୀ, ରେଳ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ଶ୍ରୀଯୁକ୍ତ ଅମିତ୍ ସାହା, ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀଯୁକ୍ତ ପ୍ରତାପ ସଢ଼ଙ୍ଗୀ

ଏବଂ ଲୋକ ସଭା ସଭ୍ୟା ରୀତା ତରାଇ, ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ତଥା ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗକୁ ଦାବିପତ୍ର ଅର୍ପଣ କରିଥିଲେ । ମା’ଙ୍କ ଦୟା ଓ ଆଶୀର୍ବାଦରୁ କିଛି ଦିନ ତଳେ ବିଞ୍ଝାରପୁର, ସିଂହପୁର ବିଜେପି କାର୍ଯ୍ୟାଳୟରେ ନିର୍ବାଚନ ମଣ୍ଡଳି ପାଇଁ ଜନସମ୍ପାଦ ଭର୍ଚଚୁଆଲ୍୍ ରାଲିରେ ସମ୍ବୋଧନ କରୁଥିବା ସମୟରେ । ମା’ ବିରଜା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଣ୍ଠରେ ବସି ଯାଜପୁର ପାଇଁ ରେଳ ସଂଯୋଗ ପାଇଁ ଉଦ୍ବୋଧନ ଦେଇଥିଲେ । ଯାହାକି ସମ୍ବାଦ ପତ୍ରରେ ବାହରିଛି । ଏଣୁ ପ୍ରଧାନ ମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଓ ରେଳ ସଂଯୋଗ ପାଇଁ ଯାଜପୁର ପାଇଁ ଚେଷ୍ଟା କରୁଥିବା ସମସ୍ତ ରାଜନୈତିକ ନେତାମାନଙ୍କୁ ବିରଜା ସେବା ସମିତି ପକ୍ଷରୁ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସଙ୍ଗେ ବର୍ତ୍ତମାନ ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଭାରତକୁ ଆସିଥିବା ସମସ୍ତ ବିପଦ ଟଳି ଯାଉ ବୋଲି ମା’ଙ୍କ ନିକଟରେ ପ୍ରାର୍ଥନା କରୁଅଛୁ ।

Leave A Reply

Your email address will not be published.