Odisha news

ବାଲିପାଟଣା : ମେଣ୍ଢା ଚୋରକୁ ଧରି ଗାଁ ଲୋକେ ଛେଚିଲେ

0

ବାଲିପାଟଣା : ମେଣ୍ଢା ଚୋରି କରିବାକୁ ଆସି ଧରାପଡି ଗାଁ ଲୋକଙ୍କ ହାତରେ ଛେଚା ଖାଇଲେ ଚୋର । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଅଧିନ ଭେଙ୍କଟ ରାୟପୁର ଖଂଟିଆ ସାହିର ସାଗର ଖଂଟିଆ ଖରେ ନଥିବା ବେଳେ ତାଙ୍କ ଘୁଆଳ ଘରେ ୫ ଜଣ ଚୋର ପସିଥିଲେ ।

ମେଣ୍ଢା ନେଇ ଆସିବା ବେଳେ ଗାଁ ଲୋକେ ଦେଖି ପାଟିକରି ଗୋଡାଇ ଥିଲେ । ୫ ଜଣଙ୍କ ମଧ୍ୟର ୪ ଜଣଙ୍କୁ ଲୋକେ କାବୁ କରି ନେଇ ପ୍ରବଳ ଛେଚି ଥିଲେ । ଗାଁ ଲୋକେ ଏ ସମ୍ବନ୍ଧରେ ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ବାଲିପାଟଣା ପୋଲି ସ ପହଁଛି ଚୋର ୪ ଜଣକୁ ଉଦ୍ଧାର କରି ଥାନାକୁ ଆଣିଥିଲେ । କୃଷ୍ଣଚନ୍ଦ୍ର ଖଂଟିଆଙ୍କ ଅଭିଯୋଗ କ୍ରମେ ବାକର ଅଲ୍ଲୀ, ମୀର ଗୁବ୍ରାନ ଅଲ୍ଲୀ, ମଜାଫର ଅଲ୍ଲୀ ଓ ସାହା ୟାକୁବକୁ ଗିରଫ କରି କୋଟ ଚାଲଣ କରିଛି । ତାଙ୍କ ନିକଟରୁ ୩ଟି ବାଇକ ପୋଲିସ ଜବତ କରି କେସ ନଂ- ୧୯୯/୨୦୨୦ ରେ ମାମଲା ରୁଜୁ ହୋଇଛି ।

ପ୍ରକାଶ ଥାଉକି ଗତ ୬ମାସ ମଧ୍ୟରେ ବାଲିପାଟଣା ଅଂଚଳରୁ ପାଖା ପାଖି ୮୦୦ରୁ ୯୦୦ ଛେଳି ମଣ୍ଢା ଚୋରୀ କରି ଚାଷୀକୁ କାଙ୍ଗାଳ କରିଦେଇଛନ୍ତି । ଛେଳି ମଣ୍ଢା ୯୦୦ ହେଲେ ମଧ୍ୟ ଯଦି ତାର ମୂଲ୍ୟ ଦେଖିବା , ତେବେ ଆନୁମାନିକ ମୂଲ୍ୟ , ୫୪ ଲକ୍ଷ ଟଙ୍କା ହେବ । ଗାଁ ଗହଳିର ସାଧାରଣ ଦିନ ମଜୁରିଆ ଚାଷୀ ଗୃହପାଳିତ ପଶୁଟିଏ ପୋଷୀ ଗୁଜୁରାଣ ମେଣାଂଉଥିା ବେଳେ ତାର ଜୀବନ ଜୀବିକା ଉପରେ କୁଠାରଘାତ କରିଛନ୍ତି ଛେଳି ମେଣ୍ଢା ଚୋର । ଏବେ ୪ ଜଣ ଧରାପଡିବା ପରେ ବାଲିପାଟଣାରେ ପଶୁ ସମ୍ପକ ରଖିଥିବା ଚାଷୀ ଓ ବିଦ୍ଧିଜୀବିଙ୍କ ପିଣ୍ଡରେ ପ୍ରାଣ ପସିଛି ।

Leave A Reply