ଯାଜପୁର, : ଆଜିକୁ ଏକ ବର୍ଷ ତଳେ ଆମ ଭାରତ ମା ଓ ଆମ୍ଭମାନଙ୍କର ସୁରକ୍ଷା କବଜ ସାଜିଥିବା ବୀର ଜବାନମାନେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଷଡଯନ୍ତ୍ରର ଶିକାର ହୋଇଥିବା ଫୁଲଓମାଠାରେ ଦେଶ ପାଇଁ ଶହୀଦ ହୋଇଯାଇଥିଲେ । ଏହି ଚିର ନମସ୍ୟ ବୀର ଶହୀଦ ଜବାନମାନଙ୍କୁ ସୂର୍ଯ୍ୟାଲୋକ ସମାଜସେବା ସଂଗଠନ ତରଫରୁ ଭକ୍ତିପୂତ ଅଶ୍ରୂଳ ଶ୍ରଦ୍ଧାଞ୍ଜଳି ଦେବା ସହ ମହମବତୀ ଶୋଭାଯାତ୍ରା କରି ଜଗନ୍ନାଥ ମନ୍ଦିରଠାରୁ ବାହାରି ସହର ପରିକ୍ରମା କରି ଗାନ୍ଧୀଛକଠାରେ ପହଞ୍ଚିଥିଲେ । ଏଠାରେ ବୀର ଶହୀଦମାନଙ୍କ ଉଦେ୍ଦଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ରନାଥ ବଳ, ସ୍ମୃତି ରଂଜନ ସ୍ୱାଇଁ, ପ୍ରତାପ ନାୟକ, ପ୍ରଦୀପ୍ତ ଦାସ , ବସୁବନ୍ଧୁ ଦାସ , ହିମାଂଶୁ ରାଉତ, ଏସକେ ଅବଦୁଲ ମୁକ୍ତାର, ମାନସ ତ୍ରିପାଠୀ , ଅକ୍ଷୟ ତ୍ରିପାଠୀ , ଚନ୍ଦ୍ରନାରାୟନ ଦାସ, ଶ୍ରୀରାମ ପତି, ଦେବୀ ପ୍ରସନ୍ନ ବେହୁରିଆ, ନିରଂଜନ ସାହୁ, କୁମାର ମହାନ୍ତି, ଅଲୋକ ଓଝା, ସତ୍ୟକାମ ମହାନ୍ତି, ଲିଙ୍ଗରାଜ ପ୍ରସାଦ, ସୁବ୍ରତ ସ୍ୱାଇଁ, ଦେବୀ ପ୍ରସନ୍ନ ପତି, ଅକ୍ଷୟ ସାହୁ, ରବିନାରାୟଣ ମହାପାତ୍ର, ଭୀଷ୍ମ ବେହେରା , ସୁବାସ ବେହେରା, ରଶ୍ମୀ ରଂଜନ ବେହେରା, ସତ୍ୟନାରାୟଣ ସାହୁ, ଗଣେଶ ବେହେରା , ସରୋଜ ସାହୁ, ଜୀବନ ବେହେରା, ରତିକାନ୍ତ , ଚିନ୍ତାମଣି ସାହୁ ଓ ଅମରସାହୁ ପ୍ରମୁଖ ଉପସ୍ଥିତ ଥିଲେ ।