Odisha news

ନୂଆ ଗାଁ ପଞ୍ଚାୟତ ସରପଞ୍ଚ ସ୍ୱାମୀଙ୍କ ସହିତ ସାମ୍ବାଦିକଙ୍କ ହତ୍ୟା, ଗୋଡାଇ ଗୋଡାଇ ହାଣିଲେ ।

0

ବାଙ୍କୀ:ପୂର୍ବ ରାଜନୈତିକ ଶତୃତାକୁ କେନ୍ଦ୍ର କରି କଂଗ୍ରେସ ସମର୍ଥିତ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା ତାଙ୍କ ସହିତ ବାଇକରେ ସାତୀରେ ଯାଉଥିବା ସାମ୍ବାଦିକଙ୍କୁ ମଧ୍ୟ ହାଣି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ମୃତୁ୍ୟ ଘଟିଛି । ଖବର ଅନୁସାରେ କଟକ ଜିଲ୍ଲା ବୈଦ୍ୟେଶ୍ୱର ଥାନା ଅଧିନସ୍ଥ ନୂଆଗାଁ (ଖଜୁରୀପଦା) ପଞ୍ଚାୟତରେ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ସାମ୍ବାଦିକ ଆଦିତ୍ୟ ରଣସିଂହ ଓ ବବୁଲା ସିଂ ନାମକ ତିନିଜଣ ବାଙ୍କୀ ବ୍ଲକରୁ କାର୍ଯ୍ୟ ସାରି ଖଜୁରୀପଦା ଗ୍ରାମକୁ ଯାଉଥିଲେ ।

ଅପରାହ୍ନ ପ୍ରାୟ ୨.୩୦ ମିନିଟ ସମୟରେ କଳାପଥର-ଭେଡା ରାସ୍ତାର ଜୋକଲାଞ୍ଜି ସେଚ ପ୍ରକଳ୍ପ ରାସ୍ତାରେ କାଜୁ ଗଛରେ ମୋଟା ତାର ଟାଣି ବାଇକକୁ ଅଟକାଇ ଥିଲେ । ବାଇକରୁ ତଳେ ପଡିଯିବା ମାତ୍ରେ ୬/୭ଜଣ ଦୁବୁର୍ତ୍ତ ଗୋଡାଇ ଗୋଡାଇ ଖଣ୍ଡା ଓ ଟାଙ୍ଗିଆରେ ହାଣି ପକାଇ ପଳାଇଥିଲେ । ତାଙ୍କ ମଧ୍ୟରୁ ଜଣେ ଖସି ଆସି ଗ୍ରାମରେ ଖବର ଦେବା ସହିତ ୧୦୮ ଆମ୍ବୁଲାନ୍ସ ଖବର ଦେବାର ଆଦିତ୍ୟ ଓ ଭଗବାନଙ୍କୁ ବାଙ୍କୀ ଡାକ୍ତରଖାନାକୁ ଆଣାଯାଇ ଥିଲା । ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ ।

ମାତ୍ର ସରପଞ୍ଚଙ୍କ ସ୍ୱାମୀଙ୍କୁ ସଂକଟାପନ୍ନ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ମାତ୍ର ସନ୍ଧ୍ୟା ୫ଟା ସମୟରେ ସରପଞ୍ଚଙ୍କ ସ୍ୱାମୀ ମୃତ ବରଣ କରିଥିବା ସୂଚନା ମିଳିଥିଲା । କଟକ ଗ୍ରାମାଞ୍ଚଳ ଏସ.ପି. ରାଧା ବିନୋଦ ପାଣିଗ୍ରାହୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ ଟିମ ପହଂଚି । ଖଜୁରୀପଦା ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଛି । ଏ ଭଳି ଘଟଣା ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ପହଞ୍ଚି ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଥିଲେ ।

Leave A Reply