ଦାନଗଦୀ,ତା୧୫.୦୨ କଳିଙ୍ଗନଗର ଶିଳ୍ପାଂଚଳ ମେସ୍କୋ କାରଖାନା ଦ୍ୱାରା ପରିଚାଳିତ ମୈଥାନ ଇସ୍ପାତ କାରଖାନାକୁ ଆଜି ବିଭିନ୍ନ ରାଷ୍ଟ୍ରାୟୋତ ବ୍ୟାଙ୍କ ସମୁହ ମିଳିତ ଭାବେ ସିଲ କରିଛନ୍ତି । କାରଖାନାର ମୁଖ୍ୟ ଫାଟକକୁ ସିଲ କରିବା ସହ ଫାଟକରେ ଏ ନେଇ ସୂଚନା ବୋର୍ଡ ମଧ୍ୟ ଲଗାଇଛନ୍ତି । ବ୍ୟାଙ୍କ ଗୁଡିକ ମଧ୍ୟରେ ଭାରତୀୟଷ୍ଟେଟ ବ୍ୟାଙ୍କ,ପି.ଏନ୍.ବି,ବ୍ୟାଙ୍କ ଓଫ ବରୋଦା,ଆହ୍ଲାବାଦ ବ୍ୟାଙ୍କ,ଓବିସି ବ୍ୟାଙ୍କ,ବ୍ୟାଙ୍କ ଓଫ୍ ଇଣ୍ଡିଆ ଓ ଆଇଓବିଆଇ ପ୍ରମୁଖ ଅଛନ୍ତି । ଏହି କାରଖାନା ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୫୭୮ କୋଟି ଟଙ୍କା ରୁଣ ଆଣି ପରିଶୋଧ କରି ନ ଥିଲା । ଗତ ତା୧୮.୧୧.୨୦୧୯ ରୀଖରେ ବ୍ୟାଙ୍କ ଗୁଡିକ ପକ୍ଷରୁ ରୁଣ ପରିଶୋଧ କିମ୍ବା ଆଲୋଚନା ନିମନ୍ତେ ୬୦ ଦିନ ସମୟ ଦିଆଯାଇଥିଲା । ଇତି ମଧ୍ୟରେ କାରଖାନା ପକ୍ଷରୁ କେହି ଯୋଗା ଯୋଗ ନ କରିବାରୁ ବ୍ୟାଙ୍କ ଗୁଡିକ ବାଦ୍ୟ ହୋଇ ଆଜି ଏଭଳି ପଦକ୍ଷେପ ନେଇଥିଲେ । ତେବେ କାରଖାନାକୁ ସିଲ କରାଯିବା କବର ପାଇ ଶ୍ରମିକ ସଂଗଠନ ପକ୍ଷରୁ ବିଜୟ ଦଳାଇ,କିଶୋର ସାମଲ,ଶ୍ରୀକାନ୍ତ ବେହେରା,ପ୍ରଦୀପ ପାଳ,ଦେବେନ୍ଦ୍ର ଜେନା ପ୍ରମୁଖ ପହଁଚି ସେମାନଙ୍କ ୧୪ ମାସର ବକେୟା ଦରମା ବାବଦକୁ ୨୧ କୋଟି ଟଙ୍କା ପାଇବାକୁ ରହିଛି । ସେମାନେ କିପରି ଏହି ଟଙ୍କା ପାଇବେ ସେ ନେଇ ବ୍ୟାଙ୍କ କତୃପକ୍ଷଙ୍କ ସହିତ ଆଲୋଚନା କରିଥିଲା । ତେବେ ୭ ଦିନ ମଧ୍ୟରେ ଏକ ଉାଲ୍ୟୁଏସନ ଟିମ ପହଁଚି ଏହାର ଭାଲ୍ୟୁଏସନ କରିବେ ତା ପରେ ଯାହା ବିଚାର କରାଯିବ ବୋଲି ବ୍ୟାଙ୍କ କତୃପକ୍ଷ କହିଥିଲେ ।